ଉଦୟ ଉତ୍ସବରେ ବିଡ଼ିଓଙ୍କ ଉପରେ ବର୍ଷିଲେ ବିଧାୟକ ତାଙ୍କୁ ନିମନ୍ତ୍ରଣ କରାଯାଇନଥିବା ଅଭିଯୋଗ


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ଗଜପତି ଜିଲ୍ଲା: ମୋ ନିୟୁଜ ଓଡିଶା ଆର.ଉଦୟଗିରି ବ୍ଳକ ସ୍ତରୀୟ ‘ଉଦୟ ‘ଉତ୍ସବରେ ବିଡ଼ିଓଙ୍କ ଉପରେ ବର୍ଷିଲେ ମୋହନା ବିଧାୟକ ଦାଶରଥି ଗମାଙ୍ଗ l ବିଧାୟକଙ୍କ ନିଜ ବ୍ଲକ ହୋଇଥିବା ବେଳେ ତାଙ୍କୁ ଏହି କାର୍ଯ୍ୟକ୍ରମ କୁ ନିମନ୍ତ୍ରଣ କରାଯାଇନଥିବା କହିଛନ୍ତି l ରା.ଉଦୟଗିରି ବ୍ଳକ ରେ ୧୩ ଓ ୧୪ ତାରିଖ ଦୁଇ ଦିନ ଧରି ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଥିଲା ଉଦୟ ଉତ୍ସବ l ସ୍ଥାନୀୟ ମିନି ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମ ରେ ପ୍ରଥମ ଦିନ ଖଣି, ଇସ୍ପାତ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ l ତେବେ ଏହି କାର୍ଯ୍ୟକ୍ରମ କୁ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଙ୍କୁ ନିମନ୍ତ୍ରଣ  କରାଯାଇନଥିଲା l ଯେତେବେଳେ ବିଧାୟକ ଅସନ୍ତୋଷ ଥିବା ଜାଣି ୧୪ ତାରିଖ ଦିନ କାର୍ଯକ୍ରମ ର ଦ୍ୱିତୀୟ ଦିନରେ ବିଡ଼ିଓ ଲୋରିମନ୍ ଖର୍ସେଲ ଓ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର ପାରଳାଖେମୁଣ୍ଡି ଯାଇ ବିଧାୟକ ଙ୍କୁ ନିମନ୍ତ୍ରଣ କରିବା ସହ କାର୍ଯକ୍ରମ ରେ ଯୋଗଦେବାକୁ ଅନୁରୋଧ କରିବା ପରେ ବିଧାୟକ କାର୍ଯକ୍ରମ ରେ ଯୋଗଦେଇଥିଲେ l କାର୍ଯ୍ୟକ୍ରମରେ ଯୋଗଦେଇ ବିଡ଼ିଓ ଓ ବ୍ଲକ ଅଧ୍ୟକ୍ଷଙ୍କ ଉପରେ ଖୁବ୍ ବର୍ଶୀଥିଲେ ବିଧାୟକ l ସେ ଭାଷଣ ଦେବା ପ୍ରସଙ୍ଗରେ କହିଥିଲେ ଯେ ଆର.ଉଦୟଗିରି ବ୍ଳକ ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରେ ରହିଛି l ଏଥିସହ ଏହି ବ୍ଲକ ତାଙ୍କ ନିଜ ବ୍ଲକ l ସେ ଦୁଇ ଦୁଇ ଥର ଏହି ବ୍ଲକର ଅଧ୍ୟକ୍ଷ ହେବା ସହ ବର୍ତ୍ତମାନ ଦ୍ଵିତୀୟ ଥର ବିଧାୟକ ହୋଇଛନ୍ତି l ପ୍ରତିବର୍ଷ ଉଦୟ ଉତ୍ସବରେ ତାଙ୍କୁ ନିମନ୍ତ୍ରଣ କରାଯାଉଥିବା ବେଳେ ଏହି ବର୍ଷ କାହିଁକି ନିମନ୍ତ୍ରଣ କରାଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି l ରାଜନୈତିକ ଉଦ୍ଦେଶ୍ୟ ରଖି ବ୍ଲକ ଅଧ୍ୟକ୍ଷ ତାଙ୍କୁ ନିମନ୍ତ୍ରଣ କରିନଥିବା କହିଛନ୍ତି l ଏଥିସହ ବିଡ଼ିଓ ଜଣେ ସରକାରି ଅଧିକାରୀ ହୋଇ କାହିଁକି ତାଙ୍କୁ ଅଣଦେଖା କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି l ତାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାୟଗଡ ଓ ମୋହନା ବ୍ଲକ ସ୍ତରୀୟ ଉତ୍ସବ ରେ ତାଙ୍କୁ ନିମନ୍ତ୍ରଣ କରି ସମ୍ମାନିତ କରିଥିବା ବେଳେ ନିଜ ବ୍ଲକ ରେ ଉପେକ୍ଷା କରାଯାଇଥିବା ଯୋଗୁଁ କ୍ଷୋଭ ପ୍ରକାଶ କରିବା ସହ ଏଭଳି ଭୁଲ ଯେଭଳି ଭବିଷ୍ୟତରେ ନହୁଏ ସେଥିପାଇଁ ପ୍ରଶାସନ ଯତ୍ନବାନ ହେବାକୁ ଚେତାବନୀ ଦେଇଛନ୍ତି ବିଧାୟକ l

Post a Comment

Previous Post Next Post