ବଳତ୍କାର ଉଦ୍ୟମ ପରେ ବୃଦ୍ଧା ଙ୍କୁ ହତ୍ୟା , ଦୁଇ ହତ୍ୟା କାରି ଗିରଫ।


(ମାଲକାନଗିରି ରୁ ସତ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ମୋ ନ୍ୟୁଜ ଓଡ଼ିଶା)

ମାଲକାନଗିରି ତା ୦୮/୧୨ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦର ମହକୁମା ଏଫ୍‌.ସି.ଆଇ ଗୋଦାମ ସମ୍ମୁଖରେ ଗତ ଗୁରୁବାର ଦିନ ସକାଳେ ଜଣେ ବୃଦ୍ଧା ଙ୍କ ମୃତ ଶରୀର ମିଳିଥିବା ଘଟଣାରେ ପୋଲିସ ତଦନ୍ତ କରି ଦୁଇଜଣଙ୍କୁ ଗିରଫ କରିଛନ୍ତିା ବୃଦ୍ଧା ଙ୍କ ମୃତ୍ୟୁ ରହସ୍ୟ ପର୍ଦ୍ଦା ଫାସ କରିଛି ପୁଲିସ। ଦୁଇ ଯୁବକ ହରାଇଲେ ମାନବିକତା, ମା ବୟସ ର ବୃଦ୍ଧା ଙ୍କୁ ବଳତ୍କାର ଉଦ୍ୟମ କରି ପରେ ହତ୍ୟା କରିଛନ୍ତି। ଦୁଇ ହତ୍ୟା କାରିଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରା ଯାଇଥିବାର  ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ମାଲକାନଗିରି ଏସ୍ଡ଼ିପିଓ ସଚୀନ ପାଟେଲ।

ଏ ସମ୍ପର୍କରେ ଆଜି ମାଲକାନଗିରି ଏସ୍‌.ଡି.ପି.ଓ ସଚିନ ପଟେଲ ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନା ଅନୁଯାୟୀ କୋରୁକୋଣ୍ଡା ସଦର ମହକୁମାରେ ଗୁରୁବାରୀ ଦାସା (୬୩) ନାମୀ ବୃଦ୍ଧା ଗତ ୧୨ ବର୍ଷ ଧରି କୋରୁକୋଣ୍ଡାରେ ଏକ ଭଡା ଘରେ ରହି କୁଲି କାମ କରି ନିଜର ପେଟପାଟଣା କରୁଥିଲେ।ତେବେ କୋରୁକୋଣ୍ଡା ପଂଚାୟତ ଖିଲଗୁଡା ଗ୍ରାମର ରାକେଶ ଢାଲି ନାମକ ବ୍ୟକ୍ତି କୋରୁକୋଣ୍ଡା ଏଫ୍‌.ସି.ଆଇ ଗୋଦାମରେ କାର୍ଯ୍ୟ କରୁଥିବା ବେଳେ କମୁଳୁ ନାଗ ନାମକ ବ୍ୟକ୍ତି କୋରୁକୋଣ୍ଡା ପଂଚାୟତ କାର୍ଯ୍ୟାଳୟରେ ରାତ୍ରି ଜଗୁଆଳଇ ଭାବେ କାର୍ଯ୍ୟ କରୁଛନ୍ତି। ଏହି ଦୁଇଜଣ ବୁଧବାର ରାତି ଗୁରୁବାରୀଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରି ଏଫ୍‌.ସି.ଆଇ ଗୋଦାମ ନିକଟକୁ ଡାକିଥିଲେ, ବୃଦ୍ଧା ଜଣକ ଉକ୍ତ ଗୋଦାମ ନିକଟକୁ ଗଲାପରେ ଉକ୍ତ ଦୁଇଜଣ ତାଙ୍କୁ ନିକଟରେ ଥିବା ଏକ ବଖରାକୁ ନେଇ ଜୋରଜବରଦସ୍ତ ବଳାତ୍କାର କରିବାକୁ ଚେଷ୍ଟା କରିଥିଲେ ଏହି କ୍ରମରେ ମହିଳା ଜଣକ କାଳେ ପାଟି କରିବ ବୋଲି ଭାବି ମହିଳାଙ୍କ ପାଟିକୁ ଚାପି ଦେଇଥିଲେ। ଫଳରେ ବୃଦ୍ଧା ଜଣକ ଅଣନିଶ୍ୱାସୀ ହୋଇ ମୃତ୍ୟୁବରଣ କରିଥିଲେ। ଏ ସମ୍ବନ୍ଧରେ ପୋଲିସ ଖବର ପାଇଲା ପରେ ଏହାର ତଦନ୍ତ କରିବା ସହ କୋରାପୁଟ ସାଇଣ୍ଟିଫିକ ଟିମ ଦଳ ମଧ୍ୟ ଏହାର ତଦନ୍ତ କରିଥିଲେ।ତଦନ୍ତରେ ଗୋଦାମ ନିକଟ ବଖରାରୁ ମହିଳାଙ୍କ କିଛି କପଡା ଖଣ୍ଡ ଓ ଅନ୍ୟାନ୍ୟ ସୁରାଖକୁ ଆଧାର କରି ଏହି ଦୁଇଜଣଙ୍କୁ ଗିରଫ କରି ପଚରା ଉଚୁରା କରିବା ପରେ ସମସ୍ତ ଘଟଣା ପଦାରେ ପଡିଥିଲା। ଏହାକୁ ଆଧାର କରି ଉକ୍ତ ଦୁଇଜଣଙ୍କୁ ଗିରଫ କରିଥିବା ଶ୍ରୀ ପଟେଲ ସୂଚନା ପ୍ରଦାନ କରିଛନ୍ତିା

Post a Comment

Previous Post Next Post