ସୀମାନ୍ତରେ ମହିଳାଙ୍କୁ ଗଳାକାଟି ହତ୍ୟା କଲେ ମାଓବାଦୀ ।


(ମାଲକାନଗିରି ରୁ ସତ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ମୋ ନ୍ୟୁଜ ଓଡ଼ିଶା)

ମାଲକାନଗିରି ତା ୦୮/୧୨ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁରରେ ନକ୍ସଲ ମାନେ ପୁଣି ଜଣେ ମହିଳାଙ୍କୁ ଅତି ନିର୍ମମ ଭାବରେ ଗଳାକାଟି ହତ୍ୟା କରିଛନ୍ତି। ସୂଚନା ଅନୁଯାୟୀ ବିଜାପୁରର ଲୋଦେଡ ଗ୍ରାମରେ ଗୋଟିଏ ଦମ୍ପତିଙ୍କୁ ଘରୁ କିଛି ମାଓବାଦୀ ମାନେ ଅପହରଣ କରି ଗାଁଠାରୁ ୩ କିଲୋମିଟର ଦୂରରେ ଥିବା ଏକ ଜଙ୍ଗଲକୁ ନେଇ ଯାଇଥିଲେ। ତେବେ ଉକ୍ତ ଦମ୍ପତିଙ୍କ ମଧ୍ୟରୁ ସ୍ୱାମୀ ରାମାୟା ୟାଲମଙ୍କୁ ମାଡ ମାରି ମାଓବାଦୀ ମାନେ ଛାଡି ଦେଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ସ୍ତ୍ରୀ ସୁକରା ୟାଲାମଙ୍କୁ ମାଓବାଦୀ ମାନେ ହତ୍ୟା କରିଥିଲେ। ତେଲେଙ୍ଗାନା ପୋଲିସର ସୂଚନାଦାତା ଅଭିଯୋଗରେ ସୁକ୍ରା ୟାଲମଙ୍କୁ ହତ୍ୟା କରାଯାଇଥିବା ନେଇ ମାଓବାଦୀ ମାନେ ଏକ ହାତ ଲେଖା ଚିଠିରେ ଉଲ୍ଲେଖ କରିଛନ୍ତି। ଖବର ପାଇ ଆଜି ଘଟଣାସ୍ଥଳରେ ପୋଲିସ ଟିମ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଗତ ତିନି ଦିନ ମଧ୍ୟରେ ଦୁଇଜଣ ପୂର୍ବତନ ସରପଞ୍ଚଙ୍କ ସମେତ ଦୁଇ ମହିଳାଙ୍କୁ ନିର୍ମମ ହତ୍ୟା ଯୋଗୁଁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଥିବା ବେଳେ ପୋଲିସ ପକ୍ଷରୁ ଅଞ୍ଚଳରେ ତଲାସି ଅଭିଯାନକୁ ବଢାଇ ଦିଆଯାଇଛି।

Post a Comment

Previous Post Next Post