ହତ୍ୟା ଉଦ୍ୟମ ମାମଲାରୁ ଆଠ ଜଣ ନିର୍ଦ୍ଦୋଷରେ ଖଲାସ


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର :ମୋ ନିୟୁଜ ଓଡିଶା ଗତ ତା -୧୭.୦୩.୨୦୧୯ ରିଖ ରାତ୍ର ପ୍ରାୟ ୮ଘଣ୍ଟ ସମୟରେ ବଡ଼ ବଜାର ଥାନା ସୀତା ଢିମିରା ହରିଜନ ସାହିର ଟୁଟୁ ହାତୀ ନାମକ ଜଣେ ଯୁବକ ଗାନ୍ଧୀ ନଗର ସାଇ କମ୍ପେକ୍ସ ରେ ନିଜର ପୁରୁଣା ମୋବାଇଲ୍ କୁ ତିଆରି କରି ଫେରୁଥିବା ବେଳେ ପୂର୍ବ ରୁ  ପ୍ରସ୍ତୁତି ହୋଇ ରହିଥିବା କାଞ୍ଜିବାରି ସାହି ନିକଟରେ ପୂର୍ବ ବିବାଦକୁ କେନ୍ଦ୍ର କରି ଉକ୍ତ ସାହିର ଜଗା ହାତୀ, ଅମୁଲ୍ୟ ଘଡେ଼ଇ,ବସନ୍ତ ଘଡେ଼ଇ,ରବୀନ୍ଦ୍ର ଘଡେ଼ଇ,ଶଙ୍କର ପୂଣ୍ଡି,ସନ୍ତୋଷ ପୁଣ୍ଡି ,ମୋଚିରାମ ନାୟକ ,ରାକେଶ ଘଡେ଼ଇ ପ୍ରଭୃତି ଖଣ୍ଡା ଓ କାତି ଦ୍ଵାରା ମରଣାତ୍ମକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣା ମାନ୍ୟବର ମୁଖ୍ୟ  ବିଚାର ବିଭାଗୀୟ ଅଦାଲତରେ ଦୀର୍ଘଦିନ ଧରି ବିଚରଣ ଚାଲିଥିଲା । ପରିଶେଷରେ  ସାକ୍ଷ୍ୟ ଏବଂ ପ୍ରମାଣ ଅଭାବରୁ ଅଦାଲତ ସମସ୍ତ ଆସମୀଙ୍କୁ ନିର୍ଦ୍ଦୋଷ ରେ ଖଲାସ କରିଛନ୍ତି । ମୁଦାଲାଙ୍କ ତରଫରୁ ଆଇନଜୀବୀ ଶ୍ରୀ ପୀତବାସ ପଣ୍ଡା, ବିରଞ୍ଚି ନାରାୟଣ ମହାପାତ୍ର, ବିଶ୍ୱଜିତ୍ ସେଠୀ,ତାରିଣୀ ମାଝୀ, ସୁଦର୍ଶନ ସେଠୀ ପ୍ରଭୃତି ମୋକଦ୍ଦମା ପରିଚାଳନା କରୁଥିଲେ ।

Post a Comment

Previous Post Next Post