ଗୁରୁକୃପା ଆବାସିକ ବିଦ୍ୟାଳୟରେ ୪ର୍ଥ ବାର୍ଷିକ ଉତ୍ସବ ପାଳନ

 


ଭଞ୍ଜନଗର ମୋ ନିୟୁଜ ଓଡିଶା : ସ୍ଥାନୀୟ ଲଣ୍ଡେଇସାହି ଛକ ନିକଟ ଗୁରୁକୃପା ଆବାସିକ ବିଦ୍ୟାଳୟରେ ସଭାପତି ସୁବ୍ରତ କୁମାର ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ୪ର୍ଥ ବାର୍ଷିକ ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ମୁଖ୍ୟବକ୍ତା ଭାବେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୌରୀଶଙ୍କର ଶତପଥୀ, ସମ୍ମାନୀତ ଅତିଥି ଭାବେ ଅନୁପମ ବାନାର୍ଜୀ, ବିଦ୍ୟାଳୟ ସଭାପତି ଏ. ସୂର୍ଯ୍ୟନାରାୟଣ ଦୋରା, ଅଧ୍ୟକ୍ଷ ହୃଦାନନ୍ଦ ତ୍ରିପାଠୀ , ବିଦ୍ୟାଳୟ ଟ୍ରଷ୍ଟ ସଭାପତି ସୁବ୍ରତ କୁମାର ଷଡ଼ଙ୍ଗୀ, ପ୍ରାକ୍ତନ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପ୍ରଧାନ, ପ୍ରମୁଖ ଅତିଥି ଭବେ ମଞ୍ଚାସୀନ ଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ହୃଦୟାନନ୍ଦ ତ୍ରିପାଠୀ ବାର୍ଷିକ ବିବରଣୀ ପାଠ କରିଥିଲେ। ବିଦ୍ୟାଳୟର ଉତ୍ତମ ଶିକ୍ଷା ବ୍ୟବସ୍ଥା, ଶାନ୍ତି ଶୃଙ୍ଖଳା ଓ ଛାତ୍ରଛାତ୍ରୀଙ୍କ ଶିଷ୍ଟାଚାରକୁ ସମସ୍ତ ଅତିଥିମାନେ ଦେଖି ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀଙ୍କୁ ବେଶ ପ୍ରଶଂସା କରିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ୱାରା ଭାଗନେଇଥିବା ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ନୃତ୍ୟ, ସଙ୍ଗୀତର ପରିବେଷଣ ହୋଇଥିଲା। ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଅଧିକାଂଶ ଛାତ୍ରଛାତ୍ରୀ ଭାଗନେଇଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତ ଅତିଥି, ଅବିଭାବକ ଓ ଛାତ୍ରଛାତ୍ରୀ ମାନଙ୍କୁ ମନମୁଗ୍ଧ କରିଥିଲା ଯାହାଫଳରେ ସମସ୍ତେ ଉପସ୍ଥିତ ରହି ଏହାର ମନ ଭରି ଉପଭୋଗ କରିଥିଲେ। ବିଦ୍ୟାଳୟର ଉତ୍ତମ ଶିକ୍ଷାଦାନ ବ୍ୟବସ୍ଥା, ହଷ୍ଟେଲ ସୁବିଧା ଏବଂ ଉତ୍ତମ ବ୍ୟବହାର ଯୋଗୁଁ ଏହି ଅଞ୍ଚଳରେ ସୁନାମ ଅର୍ଜନ କରିଛି। ଏହି ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଏବଂ ଟ୍ରଷ୍ଟ ସଭାପତି ସୁବ୍ରତ କୁମାର ଷଡ଼ଙ୍ଗୀ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post