ବଙ୍ଗଳାଦେଶରେ ଅତ୍ୟାଚାର ପ୍ରତିବାଦରେ ପାରଳାଖେମୁଣ୍ଡିରେ ବିଶାଳ ହିନ୍ଦୁ ସମାବେଶ


  ଗଜପତି ମୋ ନିୟୁଜ ଓଡିଶା (ମନୋଜ ପାଢୀ)-                     ଗତ କିଛି ମାସ ହେଲା ବଙ୍ଗଳlଦେଶ ରେ ହିନ୍ଦୁ ମାନଙ୍କୁ ଅତ୍ୟାଚାର କରାଯାଉଛି l ହିନ୍ଦୁ ମଠ ମନ୍ଦିର, ସାଧୁ ସନ୍ଥଙ୍କ ଉପରେ ଆକ୍ରମଣ କରାଯିବା ସହ ଦେବଦେବୀଙ୍କ ମୂର୍ତ୍ତି ଭଙ୍ଗାଯାଉଛି l ହିନ୍ଦୁ ମା, ଭଉଣୀ ଓ ମହିଳାଙ୍କୁ ଅତ୍ୟାଚାର ସହ ବଳାତ୍କାର କରାଯାଇଛି l ତେଣୁ ଏହାର ପ୍ରତିବାଦ ରେ ଗଜପତି ଜିଲ୍ଲା ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ଶୁକ୍ରବାର ପାରଳାଖେମୁଣ୍ଡି ରେ ବିଶାଳ ହିନ୍ଦୁ ସମାବେଶ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ସ୍ଥାନୀୟ ବଡ଼ ରାଧାକାନ୍ତ ମଠରୁ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ବଜାର ପରିକ୍ରମା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ଏହାପରେ, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ମାଧ୍ୟମରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଙ୍କୁ ପ୍ରଦାନ କରାଯାଇଛି l ହିନ୍ଦୁ ସୁରକ୍ଷା ମଞ୍ଚ ଗଜପତି ଜିଲ୍ଲା ସହ ସଂଯୋଜକ ବାବୁଲା ସେଠିଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମକୁ ମଞ୍ଚର ସଦସ୍ୟ ନାରାୟଣ ରଇତ ପରିଚାଳନା କରିଥିଲେ l କାର୍ଯ୍ୟକ୍ରମରେ ଦେବି ମଠ ମହନ୍ତ ରlମାନନ୍ଦ ଦାସ, ମହେନ୍ଦ୍ର ଆଶ୍ରମର ସ୍ୱାମୀ ଭାସ୍କରତୀର୍ଥ, ବଡ଼ ରାଧାକାନ୍ତ ମଠ ମହନ୍ତ ଯଶୋଦା ନନ୍ଦନ ମହାରାଜ, ଗବେଷକ ପୂର୍ଣଚନ୍ଦ୍ର ମହାପାତ୍ର, ବରିଷ୍ଠ କାର୍ଯ୍ୟକର୍ତ୍ତା ତରଣୀସେନ ଦାସ,ଅନାଦି ପାଣିଗ୍ରାହୀ, ରାଧାକୃଷ୍ଣ ଜାନି, ଜୁରିଆ ଜାନି, କୈଳାଶ ଚନ୍ଦ୍ର ଗୌଡ଼, ଶ୍ୟାମାସୁନ୍ଦର ଶବର, ଆଶାଲତା ପାଣିଗ୍ରାହୀ,ଲୋକନାଥ ମିଶ୍ର, ବିଭୁତି ଭୂଷଣ ରଥ ଓ କୈଳାଶ ପଟନାୟକ ପ୍ରମୁଖଙ୍କ ସହ 3 ହଜାର ରୁ ଅଧିକ ମହିଳା, ପୁରୁଷ ଯୋଗଦେଇଥିଲେ l

Post a Comment

Previous Post Next Post