(ମାଲକାନଗିରି ରୁ ସତ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ମୋ ନ୍ୟୁଜ ଓଡିଶା)
ମାଲକାନାଗିରି ତା ୧୨/୧୨ ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଅନନ୍ତପାଲି ଗାଁରେ ରେଡ୍ କରିଛି ହିଦ୍ରାବାଦର ଏନ୍ ଆଈ ଏ ଟିମ୍ । ସୂଚନା ଅନୁଯାୟୀ ଆଜି ଭୋର ୩ ଟା ରୁ ରେଡ୍ କରିଥିବା ଜଣାପଡିଛି । ମୋଟୁ ଅଂଚଳରେ ରହୁଥିବା ବିଏସ୍ଏଫ୍ ଓ ଡିଭିଏଫ୍ ଜବାନ ଙ୍କ ସହାୟତ ରେ ଚଢାଉ ହେଇଛି ବୋଲି ସୂଚନା ରହିଛି ।
ମାଲକାନଗିରି ଜିଲ୍ଲା ସମେତ ଛତିସଗଡ଼ର ସୁକୁମା ଜିଲ୍ଲାରେ ଏକା କାଳିନ ରେଡ୍ କରିଛି ଏନ୍ ଆଈ ଏ ଦଳ । ସୁକୁମା ସହରର ୨ଟି ସ୍ଥାନରେ ମଧ୍ୟ ରେଡ୍ ହୋଇଛି। ମାଓ କାର୍ଯ୍ୟ କଳାପରେ ସମ୍ପୃକ୍ତି ନେଇ ରେଡ୍ ହୋଇଥିବା ସନ୍ଦେହ କରା ଯାଉଛି । ଏହି ରେଡ ସଂପର୍କରେ ଓଡ଼ିଶା ପୋଲିସ ପଖାରେ କୌଣସି ତଥ୍ୟ ନଥିବା ଜଣା ପଡ଼ିଛି । ଯାଞ୍ଚ ପରେ ସମ୍ପୂର୍ଣ୍ଣ ଖବର ଜଣାପଡିବ।
Tags:
ଆଞ୍ଚଳିକ


