ଭଞ୍ଜନଗର ମୋ ନିୟୁଜ ଓଡିଶା : ସରକାର ସାଧାରଣ ଜନତାଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଅନେକ ଯୋଜନା କରିଛନ୍ତି ତନ୍ମଧ୍ୟରୁ ରୋଗୀମାନଙ୍କୁ ଠିକରେ ନେବା ଆଣିବା ପାଇଁ ୧୦୮ଆମ୍ବୁଲାନ୍ସ ସେବା ଆରମ୍ଭ କରିଥିଲେ। ଏହି ସେବାକୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରକାର ଠିକା ସଂସ୍ଥାକୁ ଦାୟତ୍ୱ ଦେଇଥିଲେ। କିନ୍ତୁ ବର୍ତ୍ତମାନ ଏହି ଠିକ ସଂସ୍ଥା ମାନଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ୧୦୮ ଆମ୍ବୁଲାନ୍ସରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନେ ହଇରାଣ ହେଉଛନ୍ତି। ବର୍ତ୍ତମାନ ୧୦୮ ଆମ୍ବୁଲାନ୍ସର ୧୦୦କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ତେଣୁ ଏହାକୁ ବିରୋଧ କରି ଆଜି ସମଗ୍ର ଓଡ଼ିଶାରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି। ସୂଚନା ଅନୁସାରେ ଭଞ୍ଜନଗର ବ୍ଲକରେ ସର୍ବ ମୋଟ ଚାରି ଗୋଟି ଆମ୍ବୁଲାନ୍ସ ଥିବା ବେଳେ ସମଗ୍ର ଓଡ଼ିଶାରେ ୧୩୦୦ ଆମ୍ବୁଲାନ୍ସ ଓ ୬୦୦୦ କର୍ମଚାରୀ ନିଯୁକ୍ତ ଅଛନ୍ତି। ଆଜି ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କ ମୂଖ୍ୟ ଦାବି ଗୁଡିକ ହେଲା ସେମାନଙ୍କୁ ସ୍ଥାୟୀ ନିଯୁକ୍ତି, ଦରମା ଓ ବୋନସ ଠିକରେ ଦେବା, ସେମାନଙ୍କ ବିଶ୍ରାମ ପାଇଁ ବିଶ୍ରାମ କକ୍ଷ, ବାର ଘାଣ୍ଟ ଜାଗାରେ ଆଠ ଘଣ୍ଟା ଆଦି ଦାବି ରହିଥିଲା। ଆଜିର ଏହି ଧର୍ମଘଟ ଦ୍ୱାରା ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଶୁଡ଼ିବା ଆଶଙ୍କା ଥିବା ବେଳେ ଭଞ୍ଜନଗର ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଏହାକୁ ଖଣ୍ଡନ କରି କହିଛନ୍ତି ଯେ ଆମ୍ବୁଲାନ୍ସ କର୍ମଚାରୀ ଆନ୍ଦୋଳନ କରିଥିବାରୁ ଏହାର ବିକଳ୍ପ ଭାବେ ଭଞ୍ଜନଗର ଡାକ୍ତରଖାନାରୁ ଅନ୍ୟ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା


