ଆର,ଉଦୟଗିରି ମୋ ନିୟୁଜ ଓଡିଶା -୧୨/୧୨/୨୪(ମନୋଜ କୁମାର ପାଢୀ)
ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକ ମହୋତ୍ସବ ପ୍ରଥମ ତଥା ଉଦ୍ଘାଟନ ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ଉପସ୍ଥିତ ରହି ପ୍ରଦ୍ଵିପ ପ୍ରଜ୍ବଳନ କରି ଉତ୍ସବ ଟିକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସେହି ପରି ଅନ୍ୟତମ ଅତିଥି ଭାବେ ଗଜପତି ଆରକ୍ଷୀ ଅଧିକ୍ଷକ ଜତିନ୍ଦ୍ର ପଣ୍ଡା, ଜିଲ୍ଲା ବନ୍ୟାଞ୍ଚଳ ଅଧିକାରୀ ଏସ୍. ଆନନ୍ଦ, ପ୍ରକଳ୍ପ ପ୍ରଶାସକ ଅଂଶୁମାନ ମହାପାତ୍ର,ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଉପାଧ୍ୟକ୍ଷ ବାଲ୍ମିନା ଅଧିକାରୀ, ବିଡିଓ ରାଜୀବ ଦାସ, ଜିଲ୍ଲା ପରିଷଦ ସଭ୍ୟ ମାନେ ଉପସ୍ଥିତ ଥିଲେ। ଏହା ସଙ୍ଗେ ଅଞ୍ଚଳ ର ଅଧିବାସୀ ପ୍ରମୁଖ ଉପସ୍ଥିତ ରହି ଉଦ୍ଘାଟନ ଦିବସକୁ ଆକର୍ଷଣୀୟ କରିଥିଲେ।
Tags:
ଆଞ୍ଚଳିକ


