ନୂତନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କୁ ଧାନମଣ୍ଡି ପରିଚାଳନା ପ୍ରଦାନ ନିମନ୍ତେ ଜିଲ୍ଲାପାଳ ଓ ବିଧାୟକ ଙ୍କୁ ଦରଖାସ୍ତ ।

ଧାନ ମଣ୍ଡି ପାଇଁ ଦଲାଲ କରୁଥିବା ଅଭିଯୋଗ କରିଛନ୍ତି ଅନ୍ୟ ଏକ ଗୋଷ୍ଠୀ।

(ମାଲକାନଗିରି ରୁ ସତ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ମୋ ନ୍ୟୁଜ ଓଡିଶା)

ମାଲକାନଗିରି ତା ୧୨/୧୨ ମାଲକାନଗିରି ଜିଲ୍ଲା ସଦର ବ୍ଲକ ଗୌଡ଼ଗୁଡା ପଞ୍ଚାୟତ ବାଟପାଲୀ ଗ୍ରାମର ଇନ୍ଦ୍ରାବତୀ ସ୍ବୟଂ ସହାୟକ ଗୋଷ୍ଠି ର ମହିଳା ମାନେ ଚଳିତ ବର୍ଷ ଧାନମଣ୍ଡି ପରିଚାଳନା ନିମନ୍ତେ ଆବେଦନ କରିଥିଲେ । ଏଥିସହ ଚଳିତ ବର୍ଷ ଏହି ଗୋଷ୍ଠିକୁ ଧାନମଣ୍ଡି ପରିଚାଳନା ନିମନ୍ତେ ଆଦେଶ ପ୍ରଦାନ କରା‌ଯିବ ବୋଲି ପ୍ରତିଶୃତି ମଧ୍ୟ ଦିଆ ଯାଇଥିବା ଅଭିଯୋଗ ଆଣିଛନ୍ତି । ଆଗାମୀ ଡିସେମ୍ବର ୧୬ ତାରିଖରୁ ମାଲକାନଗିରି ଜିଲ୍ଲାରେ ଧାନମଣ୍ଡି ଆରମ୍ଭ ହେବାକୁ ଥବା ବେଳେ  ଇନ୍ଦ୍ରାବତୀ ସ୍ବୟଂ ସହାୟକ ଗୋଷ୍ଠିକୁ ଧାନମଣ୍ଡି ପରିଚାଳନା ନିମନ୍ତେ ଆଦେଶ ଦିଆନଯାଇ ବାଟପାଲ୍ଲୀ ଗ୍ରାମର ଜୟ ମା କାଳୀ ସ୍ୱୟଂ ସହାୟକ ଗୋଷ୍ଠିକୁ  ଆଦେଶ ଦିଆଯାଇଛି। ଇନ୍ଦ୍ରାବତୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଅଭିଯୋଗ କରିଛନ୍ତି କି ସରକାରଙ୍କ ନିୟମ ଅନୁଯାୟୀ ଗୋଟିଏ ସ୍ବୟଂ ସହାୟକ ଗୋଷ୍ଠି ୩ ବର୍ଷ ଧାନମଣ୍ଡି ପରିଚାଳନା କରିବାର ନିୟମ ରହିଛି । ତିନିବର୍ଷ ପରେ ଉକ୍ତ ଧାନମଣ୍ଡି ପରିଚାଳନା ଦାୟିତ୍ବ ଅନ୍ୟ ଏକ ସ୍ବୟଂ ସହାୟକ ଗୋଷ୍ଠିକୁ ପ୍ରଦାନ କରାଯିବା ନିୟମ ଥିବା ବେଳେ ଏଠାରେ କିନ୍ତୁ ଏହା ସମ୍ପୂର୍ଣ ଅଲଗା ହୋଇଛି । ଏଥିସହ ଜୟ ମା କାଳୀ ସ୍ବୟଂ ସହାୟକ ଗୋଷ୍ଠି ଆଜକୁ ତିନିବର୍ଷ ହେଲା ଧାନମଣ୍ଡି ପରିଚାଳନା କରି ଆସୁଛି । ଏ ସମ୍ବନ୍ଧରେ ଗତବର୍ଷ ମଧ୍ୟ ଏହି ଗୋଷ୍ଠୀ ଧାନମଣ୍ଡି ପରିଚାଳନା ନିମନ୍ତେ ଆବେଦନ କରିଥିଲେ । କିନ୍ତୁ ଏହାକୁ ରଦ୍ଦ କରାଯାଇ ପୁନର୍ବାର ଜୟ ମା କାଳୀ ସ୍ବୟଂ ସହାୟକ ଗୋଷ୍ଠିକୁ ଏହାର ଦାୟିତ୍ବ ପ୍ରଦାନ କରା ଯାଇଥିବାରୁ ୨୦୨୩ ରେ ଧାନମଣ୍ଡି ସ୍ଥାନକୁ ତାଲା ପକାଇ ପ୍ରତିବାଦ କରିଥିଲେ।

ସେହି ସମୟରେ ବିଭାଗୀୟ ଅଧିକାରୀ ପ୍ରତିଶୃତି ଦେଇଥିଲେ ଯେ, ୨୦୨୪ ରେ ନିଶ୍ଚିତ ଭାବେ ଇନ୍ଦ୍ରାବତୀ ସ୍ବୟଂ ସହାୟକ ଗୋଷ୍ଠିକୁ ଧାନମଣ୍ଡିର ଦାୟିତ୍ବ ପ୍ରଦାନ କରାଯିବ । କିନ୍ତୁ ଚଳିତ ବର୍ଷ ପୁନର୍ବାର ସେହି ଭୁଲ୍ ହୋଇଛି ଏବଂ ଜୟ ମା କାଳୀ ସ୍ବୟଂ ଗୋଷ୍ଠିକୁ ଚତୁର୍ଥ ଥର ପାଇଁ ଧାନମଣ୍ଡି ପରିଚାଳନା ଦାୟିତ୍ବ ପ୍ରଦାନ କରାଯାଇଛି । ଯାହାକି ସମ୍ପୂର୍ଣ ଭାବେ ସରକାରଙ୍କ ନିୟମ ବିରୁଦ୍ଧ । ଏଥିରୁ ସ୍ପଷ୍ଟ ହେଉଛି ଯେ, ଚଳିତ ବର୍ଷ ଧାନମଣ୍ଡି ପରିଚାଳନା ଦାୟିତ୍ବ ପ୍ରଦାନରେ ହେରଫେର ହୋଇଛି । ଏହା ର ଅନୁସନ୍ଧାନ କରି ଇନ୍ଦ୍ରାବତୀ ସ୍ବୟଂ ସହାୟକ ଗୋଷ୍ଠିକୁ ଧାନମଣ୍ଡି ପରିଚାଳନା  ଦାୟିତ୍ବ ପ୍ରଦାନ କରାଯାଉ   ନଚେତ ଧାନମଣ୍ଡି  ଦାୟିତ୍ବ ଲ୍ୟାମ୍ପ କୁ ପ୍ରଦାନ କରାଯାଉ ବୋଲି  ମହିଳା ମାନେ ଦାବି କରି ଜିଲ୍ଲାପାଳ ଓ ବିଧାୟକଙ୍କୁ ଲିଖିତ ମାଧ୍ୟମରେ ଜଣାଇଛନ୍ତି।

Post a Comment

Previous Post Next Post