ଭଞ୍ଜନଗର ମୋ ନିୟୁଜ ଓଡିଶା : ଏଠାରୁ ପ୍ରାୟ ଦଶ କିଲୋମିଟର ଦୂର ବାହାଡାପଦର ଠାରେ ରୋଟାରୀ କ୍ଳବ ଭଞ୍ଜନଗର ତରଫରୁ ଅସହାୟ, ଗରିବ ଲୋକଙ୍କୁ ସଭାପତି ବସନ୍ତ କୁମାର ପାତ୍ରଙ୍କ ଅଧକ୍ଷତାରେ ଶୀତବସ୍ତ୍ର, ମଶାରୀ ଓ ଫଳ ବଣ୍ଟନ କରାଯାଇଛି। ପ୍ରାରମ୍ଭରେ ଗାୟତ୍ରୀ ପରିବାର ତରଫରୁ ଅତିଥି ମାନଙ୍କୁ ଚିରାଚରିତ ପ୍ରଥାରେ ସ୍ୱାଗତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଅତିଥିଭାବେ ଶିକ୍ଷାବିତ ରାଜ କୁମାର ସାହୁ ମଂଚାସୀନ ହୋଇ ରୋଟାରୀ କ୍ଳବର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ସମ୍ପାଦକ ରାମଚନ୍ଦ୍ର ମିଶ୍ର ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ପ୍ରାକ୍ତନ ସଭାପତି ମଧୁସୂଦନ ମହାପାତ୍ର, ସନ୍ତୋଷ ଜେନା, ବାଳକୃଷ୍ଣ ପଟ୍ଟନାୟକ, ଜଗବନ୍ଧୁ ଜେନା, ରବୀନ୍ଦ୍ର କୁମାର ପାଣିଗ୍ରାହୀ ରୋଟାରୀ କ୍ଳବର ଜନହିତକର କାର୍ଯ୍ୟକ୍ରମ ପାଇଁ ପ୍ରଶଂସା କରିଥିଲେ।ରୋଟାରୀ କ୍ଳବ ତରଫରୁ ଆସନ୍ତା ୨୨ ତାରିଖରେ ଚକ୍ଷୁ ଚିକିତ୍ସା ଶିବିର ହେବାକୁ ଯାଉଥିବା କହିଥିଲେ। ଗ୍ରାମର ତିରିଶ ଜଣ ଗରିବ, ଅସହାୟ ଲୋକଙ୍କୁ ଏହା ପ୍ରଦାନ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ରୋଟାରୀଆନ ମହେନ୍ଦ୍ର କୁମାର ମହାରଣା, ଦିଲ୍ଲୀପ କୁମାର ରାଜୁ, ସୁମନ ପୃଷ୍ଟି, ସନ୍ତୋଷ କୁମାର ପାତ୍ର, ଉପେନ୍ଦ୍ରଭଞ୍ଜ ପତି ପରିଚାଳନା କରିଥିବାବେଳେ ଗାୟତ୍ରୀ ପରିବାର ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଶେଷରେ ରୋଟାରୀଆନ ଗୁପ୍ତେଶ୍ୱର ସୁବୁଦ୍ଧି ଧନ୍ୟବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଗ୍ରାମର ଯୁବଗୋଷ୍ଠି, ବୁଦ୍ଧିଜୀବୀ ଉପସ୍ଥିତଥିଲେ।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା


