(ମାଲକାନଗିରି ରୁ ସତ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ମୋ ନ୍ୟୁଜ ଓଡିଶା)
ମାଲକାନଗିରି ତା ୧୪/୧୨
ଆଜି କେନ୍ଦ୍ରୀୟ ବିଦ୍ୟାଳୟ ମାଲକାନଗିରି ର ୬୨ ତମ ସ୍ଥାପନା ଦିବସ ପାଳନ ହୋଇଯାଇଛି lକେନ୍ଦ୍ରୀୟ ବିଦ୍ୟାଳୟ ୧୯୬୩ ମସିହା ଡ଼ିସେମ୍ବର ୧୫ ତାରିଖ ରେ ଆରମ୍ଭ ହୋଇଥିଲା lସାରା ଦେଶରେ ୧୨୫୩ ଟି ବିଦ୍ୟାଳୟ ସ୍ଥାପିତ ହୋଇଅଛି ଏବଂ ବିଦେଶ ରେ ଯଥା କାଠମାଣ୍ଡୁ, ମସ୍କୋ ଏବଂ ତେହେରାନ ରେ ୩ଟି କେନ୍ଦ୍ରୀୟ ବିଦ୍ୟାଳୟ ଅଛି l ନିକଟ ରେ ବିଭିନ୍ନ ରାଜ୍ୟ ରେ ଆହୁରି ଅନେକ କେନ୍ଦ୍ରୀୟ ବିଦ୍ୟାଳୟ ଆରମ୍ଭ ହେବାକୁ ଯାଉଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିରୁଛି।
ଶିକ୍ଷା କ୍ଷେତ୍ର ରେ କେନ୍ଦ୍ରୀୟ ବିଦ୍ୟାଳୟ ଏକ ମାଇଲ ଖୁଣ୍ଟ ବୋଲି ବିଦ୍ୟାଳୟ ର ଅଧ୍ୟକ୍ଷ ଏବଂ ମୁଖ୍ୟ ଅତିଥି ଡ଼ କୈଳାଶ ମୀନା ନିଜ ବକ୍ତବ୍ୟ ରେ କହିଥିଲେ l ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ରୁପେ ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟ ତଥା ମାଲକାନଗିରି ମହାବିଦ୍ୟାଳୟ ର ବାଣିଜ୍ୟ ବିଭାଗ ଅଧ୍ୟକ୍ଷ ଡ଼ ରଞ୍ଜନ କୁମାର ସ୍ୱାଇଁ ଏବଂ ଲିଲି ପଟନାୟକ ଯୋଗ ଦେଇଥିଲେ l ସମ୍ମାନନୀୟ ଅତିଥି ମାନେ ବିଦ୍ୟାଳୟ ର ବିଭିନ୍ନ ବିଭାଗ ପରିଦର୍ଶନ କରିଥିଲେ ଏବଂ ପିଲାମାନଙ୍କ ଉତ୍ସାହ ବୃଦ୍ଧି କରିଥିଲେ lସ୍ଥାପନା ଦିବସ ଅବସରରେ କୁନି କୁନି ଛାତ୍ରଛାତ୍ରୀ ଙ୍କ ଦ୍ୱାରା ରଙ୍ଗରାଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଛାତ୍ରଛାତ୍ରୀ ଙ୍କ ଦ୍ୱାରା ପ୍ରଦର୍ଶିତ ଖେଳନା ଏବଂ ଶିକ୍ଷଣ ସାମଗ୍ରୀ ଲାଇବ୍ରେରୀ ମୁଖ୍ୟ ଆକର୍ଷଣ ସାଜିଥିଲା l
ଏହି କାର୍ଯ୍ୟକ୍ରମ କୁ କବିତା ଭାରତୀ, ଆର୍ତତ୍ରାଣ ମହାକୁଡ଼, ନାଗମା ଅର୍ଶଦ, ସୃଷ୍ଟି, ଅଜିତ କୁମାର ମଲ୍ଲିକ, ଗଜେନ୍ଦ୍ର ଗୌଡ଼, ଭାନୁମତି ମହନ୍ତ ଏବଂ ଆଦିତ୍ୟ କୁମାର ଆଦି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସଫଳ ରୁପେ ଆୟୋଜନ କରିଥିଲେ l


