ଜିଲ୍ଲା ଅଦାଲତ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ।

 


(ମାଲକାନଗିରି ରୁ ସତ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ମୋ ନ୍ୟୁଜ ଓଡିଶା)   

ମାଲକାନାଗିରି ତା ୧୪/୧୨ ଜାତୀୟ ଆଇନିସେବା ପ୍ରାଧିକରଣ ଓ ରାଜ୍ୟ ଆଇନିସେବା  ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଆଜି ମାଲକାନଗିରି ଜିଲ୍ଲାର ମାଲକାନଗିରି ଅଦାଲତ ପରିସରରେ, ଏମଭି ୭୯ ଅଦାଲତ ପରିସରରେ, ମାଥିଲି ଅଦାଲତ ପରିସରରେ ଓ କୁଡ଼ୁମୁଲୁଗୁମା ଅଦାଲତ ପରିସରରେ  ଜିଲ୍ଲା ବିଚାରପତି ଡକ୍ଟର ପ୍ରସନ୍ନ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ରାଷ୍ଟ୍ରୀୟ ଲୋକ ଅଦାଲତ ସଫଳ ପୂର୍ବକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ବିଚାରପତି ଶାନ୍ତନୁ କୁମାର ଦାଶ, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରି ସତ୍ୟପ୍ରିୟ ଦାସ, ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତର ବିଚାରପତି ତଥା ସଚିବ ଜିଲ୍ଲା ଆଇନିସେବା ପ୍ରାଧିକରଣ ସୁଶ୍ରୀ ସଂଗୀତା ପାତ୍ର, ବରିଷ୍ଠ ଦେୱାନି ବିଚାରପତି ବିଜୟ କୁମାର ଦାଶ, ମହିଳା ଅଦାଲତର ବିଚାରପତି ବବିତା ଦାଶ, ଅନୁବିଭାଗିୟ ଦଣ୍ଡାଧିକରି ପ୍ରତିମା ସାହୁ, କୋରୁକୋଣ୍ଡା ଗ୍ରାମ୍ୟ ନ୍ୟାୟାଳୟର ଦଣ୍ଡାଧିକରୀ ଦେବେନ୍ଦ୍ର କୁମାର ଵାଘ୍, ମାଥିଲି ଜେ ଏମ ଏଫ ସି ପଦ୍ମନାଭ ମାଝୀ, କୁଡୁମୁଲୁଗୁମା ଜେ ଏମ ଏଫ ସି  ବିମଳ ଲକ୍ଷ୍ମୀ ଚୌଧୁରୀ ଓ ଏମ ଭି -୭୯ ଜେ ଏମ ଏଫ ସି  ପ୍ରବୀଣ କୁମାର ହୋତା ଯୋଗଦାନ ସହ ସହଯୋଗ କରିଥିଲେ। ଏହି ଲୋକ ଅଦାଲତରେ ୫ଟି ମୋଟର ଦୁର୍ଘଟଣା ମାମଲା ଫାଇସଲା ହୋଇ ଏହି ବାବଦକୁ ୭୪ ଲକ୍ଷ, ବୈବାହିକ ମାମଲାରେ ୧୫ ହଜାର ଟଙ୍କା, ରାଜସ୍ୱ ମାମଲା ବାବଦକୁ ୧୧୧୮୫ ଟି ମାମଲାର ଫୈସଲା ହୋଇ ସେ ବାବଦକୁ ଟ. ୨୦୮୭୦୫୪/- ଙ୍କା ଜଙ୍ଗଲ ଜନିତ ମାମଲା ୧୭୮ ଟି ଫାଇସାଲା ହୋଇ  ଉକ୍ତ ବାବଦକୁ ୯ ହଜାର ଟଙ୍କା ଆଦାୟ ଧାର୍ଯ୍ୟ ହୋଇଛି। ଗୋଟିଏ ବକେୟା ଅର୍ଥ ମାମଲା  ଫୈଶଲା ହୋଇଛି। ଏହିପରି ସର୍ବମୋଟ ୧୧,୩୮୦ ଟି ମାମଲାର ଫୈଶଲା ହୋଇ ଉକ୍ତ ବାବଦକୁ ସର୍ବମୋଟ  ଟ.୯୫,୧୧,୦୫୪ ଙ୍କା ଆଦାୟ ନିମନ୍ତେ ଧାର୍ଯ୍ୟ ହୋଇଛି।

Post a Comment

Previous Post Next Post