ବଙ୍ଗଳା ଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବିରୁଦ୍ଧରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ।

(ମାଲକାନଗିରି ରୁ ସତ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ମୋ ନ୍ୟୁଜ ଓଡ଼ିଶା)

ମାଲକାନଗିରି ତା ୦୭/୧୨ ବଙ୍ଗଳାଦେଶରେ ମୁସଲମାନ ମାନେ ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାର, ହିନ୍ଦୁ ମନ୍ଦିର ଭାଙ୍ଗିବା, ହିନ୍ଦୁ ଦେବାଦେବୀଙ୍କୁ ପୋଡିବା, ଏବଂ ହତ୍ୟା କରିବା ପ୍ରତିବାଦରେ ଆଜି ମାଲକାନଗିରି ଜିଲ୍ଲା ହିନ୍ଦୁ ଜାଗରଣ ମଂଚ ତରଫରୁ ଏହାକୁ ପ୍ରତିବାଦ କରି ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିରେ ହଜାରରୁ ଉର୍ଦ୍ଧ୍ବ ମଂଚର କର୍ମକର୍ତା ଓ ସଦସ୍ୟ ମାନେ ଏକ ଶୋଭା ଯାତ୍ରାରେ ବ୍ଲକ ପଡିଆ ଠାରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।ଜିଲ୍ଲାରେ ସମସ୍ତ ହିନ୍ଦୁ ଏବଂ ସନାତନ ଧର୍ମୀ ମାନେ ଏକଜୁଟ ହୋଇ ବଙ୍ଗଳାଦେଶ ଅନୁପ୍ରବେଶକାରୀ ଓ ରୋହିଙ୍ଗୀୟ ମାନଙ୍କ ବିରୁଦ୍ଧରେ ସ୍ୱର ଉତୋଲନ କରିବା ପାଇଁ ଆହ୍ୱାନ ଦେଇଥିଲେ। ହିନ୍ଦୁ ଜାଗରଣ ମଂଚର ସଭାପତି ଭାଗିରଥି ଦଳେଇଙ୍କ ଅଧ୍ୟକ୍ଷତାରେ ବ୍ଲକ ପଡିଆ ଠାରେ ଏକ ସଭାରେ ନିଳମଣୀ ପ୍ରଧାନ, ବାଲାରାଜୁ ପାଢି, ମାଧବ ନାୟକ, ଗୁରୁପଦ ମିର୍ଧା, ସମାରୁ ପଡିଆମି, ସ୍ୱାମୀ ବିଶ୍ୱାମିତ୍ର ନନ୍ଦଗିରି, ଶଶିଭୂଷଣ ମିଶ୍ର, ମୁନା ତ୍ରିପାଠି, ଗୌରାଙ୍ଗ କର୍ମକାର ପ୍ରମୁଖଙ୍କ ସହ ସହ ସହ ହିନ୍ଦୁ ଲୋକେ ଉପସ୍ଥିତ ଥିଲେ।

Post a Comment

Previous Post Next Post