ବିପୁଳ ମାଓ ସମଗ୍ରୀ ସହ ବନ୍ଧୁକ ତିଆରି ଯନ୍ତ୍ରାଂଶ ଜବତ କଲେ ଯବାନ।

 


(ମାଲକାନଗିରି ରୁ ସତ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ମୋ ନ୍ୟୁଜ ଓଡ଼ିଶା)

ମାଲକାନଗିରି ତା ୦୭/୧୨ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ମାଓ ବିରୋଧୀ ଅପରେସନ୍ ସମୟରେ ବିପୁଳ ମାଓ ସାମଗ୍ରୀ ସହ ବନ୍ଧୁକ ତିଆରି ଯନ୍ତ୍ରପାତି ଠାବ ହୋଇଛି। ସୂଚନା ଅନୁଯାୟୀ ଛତିଶଗଡର ନାରାୟଣପୁରରେ ଡିଆରଜି ଏବଂ ବିଏସଏଫ ଯବାନ ମାନେ ମିଳିତ ରୂପେ ମାଓ ଦମନ ଲାଗି ତଲାସି ଅଭିଯାନ କରୁଥିବା ବେଳେ ଜିଲ୍ଲାର ୱାଲା ଓ ପାଙ୍ଗୁରର ଜଙ୍ଗଲରେ ତଲାସି ବେଳେ ସୁରକ୍ଷା ବାହିନୀ ମାଓବାଦୀ ଲୁଚାଇ ରଖିଥିବା ବିପୁଳ ପରିମାଣର ମାଓ ସାମଗ୍ରୀ ଓ ଅସ୍ତ୍ର ଶସ୍ତ୍ର ସହ ବନ୍ଧୁକ ତିଆରି ପାଇଁ ବ୍ଯବହ୍ରୁତ ହେଉଥିବା ଯନ୍ତ୍ରାଂଶ ଜବତ କରିଥିଲେ ଯବାନ ମାନେ। ଉଦ୍ଧାର ହୋଇଥିବା ସାମଗ୍ରୀ ମଧ୍ୟରେ ଏଲପିଜି ସିଲିଣ୍ଡର, ୱେଲଡିଂ ଗ୍ୟାସ ସିଲିଣ୍ଡର, ଫୋଲଡେବଲ୍ ଚେୟାର, ଡିଟୋନେଟର, ବିସ୍ଫୋରକ, ମାଓ ପୋଷାକ, ଅସ୍ତ୍ର ତିଆରି ମେସିନ୍, ତେଲ ଟିଣ, ସାବୁନ୍ ଏବଂ ବହୁ ପରିମାଣର ମାଓ ସାହିତ୍ୟ ସହିତ ଅନ୍ୟାନ୍ୟ ଦୈନନ୍ଦିନ ଉପଯୋଗୀ ସାମଗ୍ରୀ ଜବତ ହୋଇଛି। ତେବେ ବିପୁଳ ପରିମାଣର ମାଓ ସମଗ୍ରୀ ଜବତ ନାରାୟଣପୁର ପୋଲିସ ପାଇଁ ଏକ ବଡ ସଫଳତା ହୋଇଥିବା ବେଳେ ଅଞ୍ଚଳରେ ମାଓ ଦମନ ଲାଗି ଯବାନଙ୍କ ଦ୍ଵାରା ତଲାସି ଅଭିଯାନକୁ ଆହୁରି ବଢାଇ ଦିଆଯାଇଥିବା ସୂଚନା ମିଳିଛି।

Post a Comment

Previous Post Next Post