ଭଞ୍ଜନଗର, ମୋ ନିୟୁଜ ଓଡିଶା ୦୬/୧୨ : ସମାଜର ନୈତିକତା ଏବଂ ସାଧାରଣ ଜୀବନ ବଞ୍ଚାଇବା ପାଇଁ ସଦାସର୍ବଦା ପ୍ରେଚେଷ୍ଟିତ ବିପଦର ବନ୍ଧୁ ଓଡ଼ିଶା ଅନୁଷ୍ଠାନ। ଭଞ୍ଜନଗରର ସଦସ୍ୟ ମାନେ ସଦା ସର୍ବଦା ମାନସିକ ବିକାରଗ୍ରସ୍ତ ଓ ଅସହାୟ ଙ୍କ ସେବା କରି ଆସିଛନ୍ତି। ସେହିପରି ଜଣେ ଅସହାୟଙ୍କ ଚିକିତ୍ସା ପରେ ମୃତ୍ୟୁ ଘଟିଛି। ଆଉ ମୃତ ଦେହକୁ ସତ୍କାର କରି ସମାଜରେ ନିଜର କର୍ତ୍ତବ୍ୟ ସମ୍ପାଦନ କରିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିପଦର ବନ୍ଧୁ ଓଡିଶା । ସୂଚନା ପ୍ରକାରେ, ଭଞ୍ଜନଗର ବ୍ଳକ ଗୋଲାପଡା ପଞ୍ଚାୟତ ନାରାୟଣ ପାଟଣା ଗ୍ରାମର ବିନୋଦ ପାଢ଼ୀ ବୟସ(୪୫)। ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ବିପଦର ବନ୍ଧୁ ଅନୁଷ୍ଠାନ ଦ୍ୱାରା ତାଙ୍କର ଚିକିତ୍ସା କରାଯାଉଥିଲା। ଆଜି ସକାଳ ସମୟରେ ସେ ଭଞ୍ଜନଗର ବସଷ୍ଟାଣ୍ଡରେ ପଡି ସେ ମୃତ୍ୟୁବରଣ କରିଛନ୍ତି। ଖବର ପାଇଁ ସଂଘର ସଦସ୍ୟମାନେ ପୁଲିସକୁ ଖବର ଦେଇଥିଲେ। ମୃତ ବିନୋଦଙ୍କ ମା ଓ ଭଉଣୀ ସୁରଥରେ ରହୁଥିବା ବେଳେ ସେମାନଙ୍କ ଅନୁମତି ଓ ଗ୍ରାମବାସୀ ଙ୍କ ସହଯୋଗରେ ମୃତ ଶରୀରକୁ ବିପଦର ବନ୍ଧୁ ଅନୁଷ୍ଠାନ ସଦସ୍ୟ ମାନେ ଗ୍ରାମ ସ୍ମଶାନରେ ସତ୍କାର କରିଥିଲେ। ପ୍ରକାଶ ଥାଉ କି ଅନୁଷ୍ଠାନର ସଦସ୍ୟ ମାନେ ମହାମାରୀ କୋରନା ଏବଂ ବିଭିନ୍ନ ସମୟରେ ଏହିଭଳି ଅନେକ ଅସହାୟ ଶବ ଗୁଡିକର ଶତ୍କାର କରି ସେମାନଙ୍କୁ ସାମାଜିକ ମର୍ଯ୍ୟାଦା ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛନ୍ତି। ଅନୁଷ୍ଠାନର ଏହିଭଳି ସମାଜ ଉପଯୋଗୀ କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରୁ ସାଧୁବାଦ ପ୍ରାପ୍ତ ହେଉଛି।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା


