ଭଞ୍ଜନଗର ମୋ ନିୟୁଜ ଓଡିଶା : ସ୍ଥାନୀୟ ଟାଇକୋଣ୍ଡ ଏକାଡ଼େମୀର ଦୁଇଜଣ ଛାତ୍ର ଆୟୁଷ ପଣ୍ଡା ବ୍ରୋଞ୍ଚ ମେଡ଼ାଲ ଏବଂ ପ୍ରତ୍ୟୁଷ ପ୍ରଧାନ ଗୋଲ୍ଡ ମେଡ଼ାଲରେ ଉତ୍ତୀର୍ଣ୍ଣ ହୋଇ ଭଞ୍ଜନଗର ଅଞ୍ଚଳ ପାଇଁ ସୁନାମ ଅର୍ଜନ କରିଛନ୍ତି। ସର୍ବଭାରତୀୟ ଡ଼ିଏଭି ସ୍କୁଲ ତରଫରୁ ଜାତୀୟ ଖେଳ ଟାଇକୋଣ୍ଡା ପ୍ରତିଯୋଗିତାରେ ୧୭ ବୟସ ଭିତରେ ଭାଗନେଇ ଏହି ଦୁଇଜଣ ପଦକ ହାସଲ କରିଥିଲେ। ସେମାନେ ଭଞ୍ଜନଗର ପହଞ୍ôଚ ସାରିବା ପରେ ଏକାଡ଼େମୀର କୋଚ ପ୍ରାଣକୃଷ୍ଣ ଗୌଡ଼ଙ୍କ ସମେତ ଏକାଡ଼େମୀର ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ସମ୍ବର୍ଦ୍ଧିତ କରିଥିଲେ। ପରେ ବାଜା ଓ ବାଣ ସହିତ ଦୁଇଜଣଙ୍କୁ ସହର ପରିକ୍ରମା କରାଯାଇଥିଲା। ପ୍ରକାଶଥାଉକି ଉକ୍ତ ଏକାଡ଼େମୀରେ ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଶିକ୍ଷା ନେଇଥାନ୍ତି।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା
Tags:
ଆଞ୍ଚଳିକ


