କୋଦଳରେ ଟିବି ମୁକ୍ତ ସଚେତନତା ବୈଠକ

 ମୋ ନିୟୁଜ ଓଡିଶା ମହାମହିମ ରାଷ୍ଟ୍ରପତିଙ୍କୁ ଟିବି ମୁକ୍ତ ଭାରତ ର ସ୍ବପ୍ନ କୁ ଆଧାର କରି କୋଦଳା ରେ ଦୀର୍ଘ ଦିନଧରି ଟିବି ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଚାଲି ରହିଛି ।ଗଞ୍ଜାମ ଜିଲ୍ଲା କୋଦଳା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶନିବାର ସକାଳ 11 ଘଣ୍ଟ ସମୟରେ ଟିବି ମୁକ୍ତ ସଚେତନତା କାର୍ଯ୍ୟକ୍ରମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୌରାଧକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ସ୍ୱାସ୍ଥ୍ୟ କେନ୍ଦ୍ରର ଭାର ପ୍ରାପ୍ତ ଅଧିକାରୀ ଡାକ୍ତର ଆଦିତ୍ୟ ପ୍ରସାଦ ସାହୁ  ଡ଼କ୍ଟର ସଞ୍ଜୟ କୁମାର ସାହୁ ବି ପି ଏମ ସନ୍ତୋଷ କୁମାର ପଣ୍ଡା ଏସ ଷ୍ଟି ଏସ ଗୀତା ରାଣି ପାଢ଼ୀ ପି ହେଚ ଇ ଓ କବି ଦାସ ,ଉପାଧ୍ୟକ୍ଷା ରଂଜିତା ସେଠି ଯୋଗଦେଇ ଯୋଗଦେଇ ଟିବି ର ଲକ୍ଷଣ, ସଚେତନ ଓ ନିରାକରଣ ଉପରେ ମତବ୍ୟକ୍ତ କରିଥିଲେ । କେଉଁ ପରିସ୍ଥିତି ରେ ଟିବି ହୋଇଥାଏ , ସରକାରଙ୍କ କଣ ବ୍ୟବସ୍ଥା ଓ ସହାୟତା,ରୋଗୀଙ୍କୁ ଚିହ୍ନଟ ଓ ପରାମର୍ଶ ଓ ଏଥି ପ୍ରତି କିପରି ସଚେତନ କରିବା ଆଦି ବିଷୟରେ ଆଲୋଚନା କରାଯାଇଥିଲା । ଏହାପରେ ରୋଗୀଙ୍କୁ କିଟ ବଣ୍ଟନ କରାଯାଇଥିଲା  । ଏଥିରେ ଏନ ଏ ସି ର କାଉନଶୀଲର ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ, ଉପସ୍ଥିତ ରହିଥିଲେ ।


Post a Comment

Previous Post Next Post