ସରକାରୀ ବସ ଓ ମୋଟର ସାଇକେଲ ମୁହାଁମୁହିଁ, ୩ ମୃତ।

(ମାଲକାନଗିରି ରୁ ସତ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ମୋ ନ୍ୟୁଜ ଓଡିଶା)

ମାଲକାନଗିରି ତା ୦୭/୧୨ ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରୁ ସାତ କିମି ଦୂରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଦୁର୍ଘଟଣା ରେ ୩ ଜଣ ମୋଟର ସାଇକେଲ ଆରୋହିଙ୍କ ମୃତ୍ୟୁ ଘଟିଛି। ମୃତକ ମାନେ ମାଲକାନଗିରି ଥାନା ଅନ୍ତର୍ଗତ ଏମଭି ୮୬ ଗ୍ରାମର ଗୁଡୁ ବିଶ୍ବାସ, ପ୍ରତାପ ବିଶ୍ବାସ, କରନ ସେନ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ଏକ ଓଏସଆରଟିସି ବସ ମାଲକାନଗିରିରୁ ପଡିଆ ଅଭିମୁଖେ ଯାଉଥିବା ବେଳେ ଏମଭି ୭ ଗ୍ରାମ ନିକଟରେ ନିକଟରେ ସାମ୍ନା ପଟୁ ତିନିଜଣ ଯୁବକ ଏକ ମୋଟର ସାଇକେଲ ଦ୍ରୁତ ଗତିରେ ଆସି ବସ ସହ ମୁହାଁ ମୁହିଁ ହୋଇଥିଲେ। ମୋଟର ସାଇକେଲ ଚାଳକ ଜଣଙ୍କ ବସକୁ ଦେଖି ଖୁବ ଜୋରରେ ବ୍ରେକ ଦେଇଥିବା ବେଳେ ମୋଟର ସାଇକେଲରେ ବସିଥିବା ସମସ୍ତ ୩ ଜଣ ଛିଟିକି ଯାଇ ବସ ତଳେ ପଡିଯାଇଥିଲେ । ଯାହା ଫଳରେ ବସଟି ୩ ଜଣଙ୍କ ଉପରେ ଚଢି ଯାଇଥିଲା ଏବଂ ଘଟଣା ସ୍ଥଳରେ ସେମାନନଙ୍କର ମୃତ୍ୟୁ ହୋଇଥିଲା ବୋଲି ପ୍ରତକ୍ଷଦର୍ଶୀ ମାନେ ପ୍ରକାଶ କରିଛନ୍ତି। ବସର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଥିବା ବେଳେ ମାଲକାନଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ଏହା ସହିତ  ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ  ଅନୁକମ୍ପାମୂଳକ ସହାୟତା ଘୋଷଣା କରିଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ତେବେ ଏହି ଦୁର୍ଘଟଣା ସ୍ଥଳରେ ପୂର୍ବରୁ ଅନେକ ଥର ଏହିପରି ଦୁର୍ଘଟଣା ଘଟୁଥିବା ବେଳେ ସ୍ଥାନୀୟ ଲୋକେ ସେଠାରେ ଗାଡିର ଗତି କମାଇବା ପାଇଁ ବେରିକେଟ କରିବାକୁ ଦାବି କରିଛନ୍ତି।

Post a Comment

Previous Post Next Post