ଗଞ୍ଜାମ ଜିଲ୍ଲା ମୋ ନିୟୁଜ ଓଡିଶା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଠଗଡ ପାଟଣା ନାରାୟଣୀ ମନ୍ଦିର ପରିସରରେ ମଙ୍ଗଳବାର ସକାଳେ ବିଜେପି ର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ, କୋଦଳା ଏନ ଏ ସି ଅଧକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ବରିଷ୍ଠ ନେତା ସୀତାରାମ ପାଣିଗ୍ରାହୀ ଯୋଗଦେଇ କର୍ମୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ । ବିଜେପି ର ସଦସ୍ୟତା ଅଭିଯାନରେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ର କର୍ମୀ ମାନେ ଖୁବ ସଫଳତା ହାସଲ କରିଥିବାରୁ ବିଧାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଯେ କୌଣସି କର୍ମୀର ସୁବିଧା ଅସୁବିଧା ସିଧା ସଳଖ ବିଧାୟକ ଙ୍କୁ ଯୋଗାଯୋଗ କରି ଜଣାଇ ପାରିବେ ବୋଲି କହିଥିଲେ, ଏଥିସହ ଆଗାମୀ ଦିନରେ ଦଳର ନିର୍ଦେଶ ରେ ପ୍ରତେକ କାର୍ଯ୍ୟ ଶୃଙ୍ଖଳିତ ଓ ନିଷ୍ଠା ର ସହିତ କରିବା ପାଇଁ ନିଷ୍ପତି ହୋଇଥିଲା । ତୃଣ ମୂଳ ସ୍ତରରୁ ଦଳକୁ ମଜଭୁତ କରିବା ସହ ସମସ୍ତ ଯୋଜନା ଠିକ ଲୋକଙ୍କ ପାଖରେ ପହଂଚାଇବା ପାଇଁ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ଏଥିରେ ଅନେକ ବିଜେପି କର୍ମକର୍ତ୍ତା ଓ କର୍ମୀ ଉପସ୍ଥିତ ଥିଲେ ।
Tags:
ଆଞ୍ଚଳିକ


