(ମାଲକାନଗିରି ରୁ ସତ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ମୋ ନ୍ୟୁଜ ଓଡିଶା)
ମାଲକାନଗିରି ତା ୧୭/୧୨ ମାଲକାନଗିରି ଜିଲ୍ଲାରେ ଖୋଲିଲା ଧାନ ମଣ୍ଡି । ଧାନ ମଣ୍ଡିକୁ ଉଦଘାଟନ କରିଛନ୍ତି ଉପ ମୁଖ୍ଯମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ଚଳିତ ବର୍ଷ ମାଲକାନଗିରି ଜିଲ୍ଲାରୁ
୯ ଲକ୍ଷ ୨୪ ହଜାର କୁଇଣ୍ଟାଲ ଧାନ କିଣିବା ଲାଗି ରାଜ୍ୟ ସରକାର ସ୍ଥିର କରିଛନ୍ତି । ହେଲେ ପୂର୍ବପରି ଚାଷୀଙ୍କୁ ଆଉ ଓଦା ଧାନ କହି କଟନି ଛଟନି କରି ପାରିବେ ନାହିଁ ମିଲର । ସମସ୍ତ ଧାନ ମଣ୍ଡିରେ ସିସି ଟିଭି କେମେରା ଲାଗିବ । ମଣ୍ଡିରେ ଚାଷୀଙ୍କ ସାମନାରେ ମେସିନ ଭିତରେ ଧାନ ଟେଷ୍ଟ କରାଯିବ ଓ ଏହାର ରିପୋର୍ଟ ଉଭୟ ଚାଷୀ ଓ ମିଲ ମାଲିକଙ୍କୁ ଦିଆଯିବା । କୌଣସି ଚାଷୀ ଦଲାଲଙ୍କ ପାଖରେ ଧାନ ବିକ୍ରି ନକରି ମଣ୍ଡିରେ ଧାନ ବିକ୍ରି କରିବା ଲାଗି ଯୋଗାଣ ବିଭାଗର ଅଧିକାରୀଙ୍କୁ ତାଗିତ କରାଯାଇଛି ବୋଲି କହିଛନ୍ତି କୃଷି ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ଏହା ସହ ସରକାରଙ୍କ ପ୍ରତିଶ୍ରୁତି ଅନୁଯାୟୀ ଚାଷୀ ମାନେ ଧାନର ସହାୟକ ମୂଲ୍ୟ ୨୩୦୦ ଟଙ୍କା ସହ ୮୦୦ ଟଙ୍କା ଇନପୁଟ ମିଶାଇ କୁଇଣ୍ଟାଲ ପିଚ୍ଛା ମୋଟ ୩୧୦୦ ଟଙ୍କା ପାଇବେ । ଏହି ଉଦ୍ଘାଟନୀ ଉତ୍ସବ ରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଙ୍କ ସହ ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ, ଉପଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରି, ଆର୍ ଏମ ସି ସେକ୍ରେଟାରୀ, ମାଲକାନଗିରି ଲ୍ୟମ୍ପସ ର କର୍ମଚାରୀ, ଜିଲ୍ଲାର ଚାଷୀ ମିଲରଙ୍କ ସମେତ ବିଭାଗୀୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।


