ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଟୁର୍ଣ୍ଣାମେଣ୍ଟ 19 ରୁ 25 ତାରିଖ ଦିବା ରାତ୍ର କ୍ରିକେଟ ଖେଳ ନେଇ ବ୍ରହ୍ମପୁର ବିଧାୟକ ଙ୍କ ସାମ୍ବାଦିକ ସମ୍ମିଳନୀ


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର : ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲାର ରେଶମୀ ସହର ବ୍ରହ୍ମପୁର ସହରରେ ଲିଡ୍ସ ସ୍ପୋର୍ଟୀଙ୍ଗ କ୍ଳବ୍ ତରଫରୁ ମହାତ୍ମାଗାନ୍ଧୀ ଷ୍ଟାଡିୟମ ଠାରେ ୧୯ ଡିସେମ୍ବର ଠାରୁ ୨୫.୧୨.୨୪ ଡିସେମ୍ବର ପର୍ଯ୍ୟନ୍ତ ଈଣ୍ଟର ଷ୍ଟେଟ ଦିବା ରାତ୍ର କ୍ରିକେଟ ଖେଳ ହେବାକୁ ଯାଉଛି। ଏହି ପ୍ରତିଯୋଗିତାରେ ବଛା ବଛା କ୍ରିକେଟ୍ ଖେଳାଳୀ ମାନେ ମଧ୍ୟ ଭାଗ ନେଉଛନ୍ତି। ରଣଞ୍ଚି ଟ୍ରଫିରେ ଖେଳି ଥିବା ଟପ୍ ଟପ ଖେଳାଳୀ ମାନେ ଖେଳୁଥିବାର ସୂଚନା ଆମର ବ୍ରହ୍ମପୁର ବିଜେପି ବିଧାୟକ କେ.ଅନୀଲ କୁମାର ସାମ୍ବାଦିକ ସମ୍ମିଳନୀରେ ବିସ୍ତାରିତ ରୂପେ କହିଛନ୍ତି। ବ୍ରହ୍ମପୁର ସହରରେ ପ୍ରଥମ ଥରପାଇଁ ଈଣ୍ଟର ଷ୍ଟେଟ ଦିବାରାତ୍ରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଛନ୍ତି ଲିଡ୍ସ ସ୍ପୋର୍ଟୀଙ୍ଗ କ୍ଳବ  ଏଥିରେ ଭାଗ ନେଉଛନ୍ତି ଈଷ୍ଟ କୋଷ୍ଟ ରେଲୱେ,ରାଈଜିଙ୍ଗ ଷ୍ଟୁଡେଣ୍ଟ୍ କ୍ଳବ୍ କଟକ,ଜୁଭେନେଲି କ୍ରିକେଟ କ୍ଳବ୍ କଟକ, ପ୍ରଗତି ସ୍ପୋର୍ଟୀଙ୍ଗ କ୍ଳବ ଭୂବନେଶ୍ଵର, ସମ୍ବଲପୁର କ୍ରିକେଟ ଏକାଡେମୀ,ଭାସୁ ପାଲି ବିଶାଖାପାଟଣା,ସେରସା ସି.କେ.ପି ରେଲୱେ, ଜଗନ୍ନାଥ କ୍ରିକେଟ କ୍ଳବ୍ ଭଦ୍ରକ,ଆର ଏସ ଏ ରାଉରକେଲା,ପ୍ରୋଗ୍ରେସିଭ କ୍ରିକେଟ ଝାରସୁଗୁଡ଼ା, ଗଞ୍ଜାମ ରେଡ୍, ଗଞ୍ଜାମ ବ୍ଲୁ, ଆସୁଛନ୍ତି। ଖେଳ ଦେଖିବା ପାଇଁ ଦର୍ଶକମାନଙ୍କ ପାଇଁ ସବୁ ପ୍ରକାରର ସୁବନ୍ଦୋବସ୍ତ କରାଯାଇଛି। ଖେଳ ଦେଖିବା ପାଇଁ କୋୖଣସି ଶୁକ୍ଲ ନାହିଁ।ଖେଳର ପ୍ରଥମ ଦିନ ଉଦଘାଟନୀ ଉତ୍ସବରେ ଯୋଗ ଦେଉଛନ୍ତି। ଓଡ଼ିଶାର ମାନ୍ୟବର ଟ୍ରାନ୍ସପୋର୍ଟ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ମନ୍ତ୍ରୀ ଗୋକୁଳ ଚନ୍ଦ୍ର ମଲ୍ଲିକ, ଆସିକା ବିଧାୟକ ସରୋଜ କୁମାର ପାଢୀ,ସୋରଡା ବିଧାୟକ ନୀଳମଣି ବିଷୋୟୀ,କବି ସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ,ଭଞ୍ଚନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଆସୁଥିବାର ସୂଚନା ଦେଇଛନ୍ତି। ବ୍ରହ୍ମପୁର ବିଧାୟକ କେ.ଅନୀଲ କୁମାର l

Post a Comment

Previous Post Next Post