ଭଞ୍ଜନଗର ମୋ ନିୟୁଜ ଓଡିଶା : କଣ୍ଟାଡୋରଠାରେ ଥିବା ଅଗ୍ରଣୀ ପଞ୍ଜିକୃତ ନୀଳକଣ୍ଠେଶ୍ୱର ନାଟ୍ୟ ସଂସଦର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସ୍ୱତନ୍ତ୍ର ସଭାରେ ଘୁମୁସର ଅଞ୍ଚଳର ଖ୍ୟାତନାମ ନାଟ୍ୟକାର ଗୁରୁ କେଶବ ଆଚାର୍ଯ୍ୟଙ୍କ ନେତୃତ୍ୱରେ ସଭା ପରିଚାଳିତ ହୋଇଥିଲା। ଅତିଥି ଭାବେ ବଂଶୀଧର ଜେନା, ଦେବ ରାଜ ସ୍ୱାଇଁ, ରାଧା ମୋହନ ପ୍ରଧାନ,ମହେନ୍ଦ୍ର ସେଠୀ, ପ୍ରକାଶ ଚନ୍ଦ୍ର ଜେନା, ତ୍ରିନାଥ ଗୌଡ଼, ଦ୍ୱିତୀ କୃଷ୍ଣ ଗୌଡ଼, ଶିବରାମ ଜେନା, ଜଗନ୍ନାଥ ନାୟକ, ଅନିଲ ମଲ୍ଲିକ, ଟୁନା ଜେନା, ରତ୍ନାକର ଜେନା, ମୁନା ଜେନା, ପୂର୍ଣ୍ଣ ଚନ୍ଦ୍ର ମଲ୍ଲିକ, ଲଡୁ ସେଠୀ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଥମେ ଅତିଥି ମାନଙ୍କୁ ପୁଷ୍ପଗୁଛ ସହ ଉପଢୌକନ ଦେଇ ସ୍ୱାଗତ କରାଯାଇଥିଲା। ଅନୁଷ୍ଠାନର ସଭାପତି କେଶବ ଆଚାର୍ଯ୍ୟ, ସମ୍ପାଦକ କୈଳାଶ ଚନ୍ଦ୍ର ଜେନା, ତ୍ରିନାଥ ସ୍ୱାଇଁଅଭିମନ୍ୟୁ ବେହେରା, ପଞ୍ଚାନନ ନାଇକ, ଅଞ୍ଜଳି ଆଚାର୍ଯ୍ୟ, ମାନସ ସ୍ୱାଇଁ, ରୁଦ୍ର ନାରାୟଣ ପ୍ରଧାନ, ପୂର୍ଣ୍ଣ ଚନ୍ଦ୍ର ଜେନା, ସଂଜୟ କୁମାର ସ୍ୱାଇଁ, ଭଗବାନ ଜେନା,ଧୋବା ସ୍ୱାଇଁ, ପ୍ରମୁଖ ଯୋଗ ଦେଇଥିଲେ। ବିଲୁପ୍ତ ପ୍ରାୟ ଲୋକ କଳା, ଲୋକ ନୃତ୍ୟ ଦିନକୁ ଦିନ ଲୋପ ପାଇବାରେ ଲାଗିଛି। ଆଧୁନିକ ମୋବାଇଲ ଯୁଗରେ ଯୁବ ପିଢ଼ି ଭାରତ ଲୀଳା, ସଖି ନାଟ, ରାଜା ନାଟ ପରି ଲୋକ ନୃତ୍ୟକୁ କିପରି ଆପଣେଇ ଏହି କଳାକୁ ବଞ୍ଚାଇବେ ସେଥିପାଇଁ ଏହି ଅନୁଷ୍ଠାନ ପ୍ରୟାସ ରଖିଛି। ଭଞ୍ଜନଗର ମାଟିରେ ଥିବା ଲୋକ କଳାରେ ଦେଖିବାକୁ ମିଳେ ଭଞ୍ଜ ସଙ୍ଗୀତର ଝଲକ। ଆଜିର ଏହି କାର୍ଯ୍ୟକ୍ରମ ରେ କଳାକାର ଉତ୍ସାହ ବଢ଼ାଇବା ପାଇଁ ଗ୍ରାମ ଯୁବକ ସଙ୍ଘ ସହଯୋଗ କରିଥିଲେ। ସଙ୍ଗୀତ ଗୁରୁ ଶ୍ରୀ କେଶବ ଆଚାର୍ଯ୍ୟ ଏହି କଳାକାରମାନଙ୍କ ପ୍ରଚେଷ୍ଟାକୁ ପ୍ରଶଂସା କରିବା ସହ ଲୋକ କଳାକୁ ବଞ୍ଚାଇବା ପାଇଁ ସରକାରୀ ସହଯୋଗ ଆବଶ୍ୟକ ବୋଲି ପ୍ରକାଶ କରିଥିଲେ ଓ କଳାକାର ମାନଙ୍କ ସ୍ୱାସ୍ଥ୍ୟ ବୀମା କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଅତିଥିମାନେ ଭାରତଲୀଳା ଭଳି କଳାକୁ ଗଞ୍ଜାମ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ନଜରକୁ ଆଣି ପ୍ରଚାରପ୍ରସାର କରିବା ପାଇଁ କହିଥିଲେ।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା