ରାଧାଗିରିଧାରୀ ଆଶ୍ରମ କୁଲାଡ଼ ଠାରେ ଅର୍ଣ୍ଣକୁଟ ମହୋତ୍ସବ ଆଡମ୍ବର ଓ ଭବ୍ୟ ସହକାରେ ପାଳିତ

 


ଭଞ୍ଜନଗର :ମୋ ନିୟୁଜ ଓଡିଶା ଏହି ବ୍ଳକ୍ ଅନ୍ତର୍ଗତ କୁଲାଡ ଠାରେ ଶ୍ରୀ ଶ୍ରୀ ରାଧା ଗିରିଧାରୀ ଆଶ୍ରମ ପକ୍ଷରୁ କୁଲାଡ଼ ଠାରେ ଗୋବର୍ଦ୍ଧନ ପୂଜା ଏବଂ ଅନ୍ନକୁଟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥି ନିମିତ୍ତ କୁଲାଡ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ସକାଳ ସମୟରେ ଆଶ୍ରମ ପକ୍ଷରୁ ୧୦୮ ଆଳତୀ, ମହାଭିଷେକ ବହୁ ଆଡମ୍ବର ସହକାରେ ରୀତିନୀତି ଅନୁଯାୟୀ ପାଳନ ହୋଇଥିଲା। ଜାଜାହର ମହାରାଜ, ଅବଧୂତ ମହାରାଜ, ଆଶ୍ରମ ମହାରାଜ, ଗୋସ୍ୱାମୀ ମହାରାଜ, ରାଧାକାନ୍ତ ମହାରାଜ ପ୍ରମୁଖ ସାଧୁ ଆସିଥିବା ବେଳେ ବ୍ରହ୍ମଚାରୀ ମାନେ ପ୍ରବଚନ ଦେଇଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଏନ୍‌ଏସି ନଗରପାଳ ଗୋପବନ୍ଧୁ ମହାପାତ୍ର, ସଙ୍ଗଠକ ନୀଳମାଧବ ପାତ୍ର, ଧୋବା ଗୌଡ, ମାନସ ଜେନା, ଶିବ ଶଙ୍କର ପ୍ରଧାନ, ଶିବ ପ୍ରସାଦ ମହାପାତ୍ର, ବ୍ରହ୍ମାନନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିବାର ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁଙ୍କ ଗହଣରେ ନଗର ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା ଏହି ଅବସରରେ ଭଗବାନ ଶ୍ରୀକୃଷ୍ଣଙ୍କ ପର୍ବତ ଉଠାଇଥିବାର ଏକ ସୁନ୍ଦର ପ୍ରତିମା ସ୍ଥାପନ କରାଯିବା ସହ ୫୬ ଭୋଗରେ ୭୩୦ ପ୍ରକାରରୁ ଉର୍ଦ୍ଧ ମିଷ୍ଠାନ୍ନ, ଭୋଗ, ପ୍ରସାଦ ଆଦି ଅର୍ପଣ କରାଯାଇଥିଲା। ଏହି କାର?୍ୟ୍ୟକ୍ରମ ରେ ପ୍ରାୟ ୧୨ ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ନିମନ୍ତେ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା। ଗୁରୁ ଶ୍ୟାମଘନ ଦାସ,ପରମେଶ୍ୱର ଦାସ କୌଳାସ ଦାସ, କେଶବ ଦାଶ, ଶ୍ୟାମାନନ୍ଦ ଦାସ, ଜୀବନ ଦାସ, ଅଶୋକ ପାତ୍ର, ଅଶୋକ ଦାସ ଓ କୁଲାଡ ପଂଚାୟତର ଗ୍ରାମବାସୀ ପ୍ରମୁଖ ସହଯୋଗ କରିଥିଲେ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post