ବୁଗୁଡ଼ାରେ ବ୍ଲକ ସ୍ତରୀୟ ଓଷ୍ଟକ୍ଷର ଶିଶୁଉତ୍ସବ

 


ଭଞ୍ଜନଗର : ମୋ ନିୟୁଜ ଓଡିଶା ସ୍ଥାନୀୟ ବିରଞ୍ଚିନାରାୟଣ ପବ୍ଲିକ ସ୍କୁଲ ଠାରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ, ଓଷ୍ଟା ତରଫରୁ ବ୍ଲକ ସ୍ତରୀୟ ଶିଶୁଉତ୍ସବ ସଭାପତି ପ୍ରଶାନ୍ତ କୁମାର ଗୌଡ଼ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଜିଲ୍ଳା ସଭାପତି ସନ୍ତୋଷ ଜେନା ଯୋଗଦେଇଥିବାବେଳେ ବ୍ଲକର ବହୁ ପ୍ରଧାନଶିକ୍ଷକ ଅତିଥିଭାବେ ଯୋଗଦେଇ ଓଷ୍ଟା ଦ୍ୱାରା ପରିଚାଳିତ ଶିଶୁଉତ୍ସବ କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ। ସମ୍ପାଦକ କାହ୍ନୁ ଚରଣ ସ୍ୱାଇଁ ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମ ଉପରେ ବକ୍ତବ୍ୟ ରଖିଥିଲେ। ପ୍ରାୟ ଦଶଟି ଉଚ୍ଚ ବିଦ୍ୟାଳୟରୁ ଏକଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଦଶଟି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ରଛାତ୍ରୀ ଆଗାମୀ ଜିଲ୍ଲାସ୍ତରୀୟ ଶିଶୁଉତ୍ସବରେ ଯୋଗଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଅତିଥିମାନେ କହିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ବିଚାରକ ଓ ପରିଚାଳଳନାରେ କୈଳାସ ଚନ୍ଦ୍ର ମହାରଣା, ନାଗେଶ୍ୱର ରାଓ, ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ମୃତୁଞ୍ଜୟ ହୋତ୍ତା, ତପନ କୁମାର ମହାପାତ୍ର, ପ୍ରକାଶ ଚନ୍ଦ୍ର ନାୟକ, ଉର୍ମିଳା ସ୍ୱାଇଁ, ପ୍ରଣୀତକ୍ଷ କୁମାରୀ ସ୍ୱାଇଁ, ସୁଶାନ୍ତ କୁମାର ସାହୁ, ବିବେକାନନ୍ଦ ପଟ୍ଟନାୟକ, ରାଜଲକ୍ଷ୍ମୀ ସ୍ୱାଇଁ, ରୋହିତ କୁମାର ସେଠି, ଅଶୋକ କୁମାର ସ୍ୱାଇଁ, ବିଶ୍ୱନାଥ ମହାରଣା, ସୁବଳ କହଁର, ରଂଜିତ କୁମାର ସେଠି, ଶମ୍ଭୁ ଶଙ୍କର ଜେନା ରହିଥିଲେ। କାର୍ଯ୍ୟକ୍ରମରେ ବହୁ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକ ଯୋଗଦେଇଥିଲେ। ଏହି ଅବସରେ ଅନୁଷ୍ଠାନର ପରିଚାଳନା ନିର୍ଦେଶକଙ୍କୁ ପ୍ରଶଂସା ପତ୍ର ସହ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଶେଷରେ ସମ୍ପାଦକ କାହ୍ନୁ ଚରଣ ସ୍ୱାଇଁ ଧନ୍ୟବାଦ ପ୍ରଦାନ କରିଥିଲେ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post