କ୍ଲଷ୍ଟରସ୍ତରୀୟ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଏବଂ ନବାଗତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ୱାଗତ

 


ଭଞ୍ଜନଗର ମୋ ନିୟୁଜ ଓଡିଶା : ଜିଲୁଣ୍ଡି କ୍ଲଷ୍ଟର ଅନ୍ତର୍ଗତ ମଳାସପଦର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ ସହ ନୂତନ ଭାବେ କାର୍ଯ୍ୟରେ ଯୋଗଦେଇଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସ୍ୱାଗତ କରାଯାଇଥିଲା। ଅନୁଷ୍ଠିତ ସଭାରେ ବରିଷ୍ଠ ଶିକ୍ଷକ ସଞ୍ଜୟ କୁମାର ପ୍ରଧାନ ସଭାପତିତ୍ୱ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସିଆରସିସି ରାଘବ ନାୟକ, ଅବସରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ପ୍ରତିଭା କୁମାରୀ ସାମନ୍ତରାୟ, କଲ୍ୟାଣୀ ଦାସ, ସବିତା ପାତ୍ର ଏବଂ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ମଞ୍ଚାସୀନ ହୋଇ ନିଜ ନିଜ କର୍ମମୟ ଜୀବନର ଅନୁଭୂତି ପରିପ୍ରକାଶ କରିଥିଲେ। ପରେ ଉକ୍ତ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହିତ ନୂତନଭାବେ ଦାୟୀତ୍ୱ ନେଇଥିବା ସିଆରସିସି କାଳିଚରଣ ସାହୁ ଏବଂ ପୂର୍ବତନ ସିଆରସିସି ରାଘବ ନାୟକଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧନା କରାଯାଇଥିଲା। ନୂତନଭାବେ ଯୋଗଦେଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ମଧୁସ୍ମିତା ଗୌଡ଼, ଶୁଭସ୍ମିତା ଗୌଡ଼, ଦୀପାଞ୍ଜଳି ସାହୁ, ସୃଷ୍ଟି ସୁମେଧା ସାହୁ, ସ୍ୱାଗତିକା ନାୟକ, ରାକେଶ ପଣ୍ଡା, ପ୍ରମୋଦ ମଳିକ ପ୍ରମୁଖଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା। ସମସ୍ତ କାର୍ଯ୍ୟକୁ ବରିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ସଙ୍ଗୀତା ପଣ୍ଡା, ସୁପ୍ରଭା ଦାଶ, ଅନୀତା ପ୍ରଧାନ, ସୁପ୍ରଭା ପଟ୍ଟନାୟକ, ସନ୍ଧ୍ୟାରାଣୀ ମହାପାତ୍ର, ଇନ୍ଦିରା ସେଠୀ, ପ୍ରଭାରାଣୀ ସେଠୀ, ସୁନନ୍ଦା ବେହେରା, ଆର୍‍.ଗୀତାଞ୍ଜଳି ଆଚାରୀ, ଅରୁଣା ବେହେରା, ବଂଶୀଧର ଦଣ୍ଡିଆ, ମନୋଜ ପଟ୍ଟନାୟକ, ଭଗବାନ ଭୂୟାଁଙ୍କ ସମେତ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ସିଆରସିସି ଶ୍ରୀଯୁକ୍ତ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ସହକାରୀ ଶିକ୍ଷୟିତ୍ରୀ ପ୍ରଭାତୀ ମଞ୍ଜରୀ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post