ଆର,ଉଦୟଗିରି ମୋ ନିୟୁଜ ଓଡିଶା :18/11(ମନୋଜ କୁମାର ପାଢୀ )ଗଜପତି ଜିଲ୍ଲା ମୋହନା ଠାରେ ଥିବା ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଭାରତୀୟ ମଜଦୁର ସଂଘର ଜିଲ୍ଲା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲାର ମଜଦୁର ସଂଘରେ ସାମିଲ ଥିବା ସମସ୍ତ ଅଙ୍ଗନାୱାଡି, ଆଶା କର୍ମୀ ହାଇସ୍କୁଲ ପଡିଆଠାରେ ଏକତ୍ରିତ ହୋଇ ତାଙ୍କର ବିଭିର୍ନ ସମସ୍ୟାକୁ ନେଇ “ସମାନ କାମକୁ ସମାନ ଦରମା ” ନାରା ନେଇ ମୋହନା ବଜାର ଦେଇ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ପହଞ୍ଚିଥିଲେ, ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ମଜଦୁର ସଂଘର କାର୍ଯ୍ୟକାରିଣୀ ସଦସ୍ୟ ଭବାନୀ ଶଙ୍କର ଦାସ ଯୋଗ ଦେଇଥିଲେ,ଏବଂ ସମ୍ମାନିତ ଅତିଥି ଭାବେ ପୂର୍ବ ପ୍ରାନ୍ତ ସାମାଜିକ ସମର ସର୍ତ୍ତା ପ୍ରମୁଖ ତରଣ ସିଂ ଦାସଙ୍କ ସମେତ ଆଇନ ପରାମର୍ଶଦାତା ବିଶ୍ୱରଂଜନ ଦାସ ଯୋଗ ଦେଇ ଜିଲ୍ଲାରେ ଅଧିକ ରୁ ଅଧିକ କିଭଳି କର୍ମୀମାନେ ସଂଘରେ ଯୋଗ ଦେବା ସହ କିଭଳି ସଂଘର ବିଭିର୍ନ ସମସ୍ୟାକୁ ନେଇ ଆଲୋକପାତ କରିଛନ୍ତି ସଭା ଶେଷରେ ବ୍ଲକର ଅସହାୟ ଅଙ୍ଗନୱାଡି କର୍ମୀଙ୍କୁ ଅର୍ଥ ସହାୟକ ରାଶି ପ୍ରଦାନ କରାଗଲା ।