ଚିକିଟୀ- ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ସମସ୍ୟା ସମାଧାନ ବୈଠକ*


    ଆର,ଉଦୟଗିରି  ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ/   ଖେମୁଣ୍ଡି ହଳଦିଆ  ତୈଳିକ ସମାଜର ଏକ ଜରୁରୀ କାଳୀନ ବୈଠକ କେନ୍ଦ୍ରୀୟ ପରିଷଦ ସଭାପତି ଶ୍ରୀ ଦଣ୍ଡାସି ସାହୁଙ୍କ ଅଧ୍ୟକ୍ଷତାରେ ଚିକିଟୀ ବ୍ଲକ୍ ରାଧାମୋହନ ପୁର ଗ୍ରାମ କଲ୍ୟାଣ ମଣ୍ଡପ ଠାରେ ନଭେମ୍ବର ୧୭ ତାରିଖ ରବିବାର ଦିନ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ତୈଳିକ ବୈଶ୍ୟ ସମାଜ ର ବିଭିନ୍ନ ଆଞ୍ଚଳିକ ତଥା ଗ୍ରାମ୍ୟ ପରିଷଦ ଗୁଡିକରୁ ଆସିଥିବା ୨୦ ଟି ସମସ୍ୟାର ସମାଧାନ ପାଇଁ ପ୍ରୟାସ କରା ଯାଇଥିଲା ବେଳେ ଏଥିରୁ ପ୍ରାୟ ୧୫ ସମସ୍ୟାର ସ୍ଥାୟୀ ସମାଧାନ କେନ୍ଦ୍ରୀୟ କର୍ମକର୍ତ୍ତା, ଆଞ୍ଚଳିକ କର୍ମକର୍ତ୍ତା ଓ ଗ୍ରାମ୍ୟ ପରିଷଦର କର୍ମକର୍ତ୍ତାଙ୍କ ମିଳିତ ଉଦ୍ୟମରେ କରା ଯାଇଥିଲା।ଅଭିଯୋଗ ଆଣିଥିବା ସଭ୍ୟ ସଭ୍ୟା ମାନେ ନିଜର ସମସ୍ୟାର ସମାଧାନ ପାଇଥିବା ହେତୁ ଖୁସି ବ୍ୟକ୍ତ କରିଥିଲେ। ହଳଦିଆ ତୈଳିକ ବୈଶ୍ୟ ସମାଜର ଏହି ଜରୁରୀ କାଳୀନ ସମସ୍ୟା ସମାଧାନ ବୈଠକରେ କେନ୍ଦ୍ରୀୟ ସଭାପତି ଦଣ୍ଡାସୀ ସାହୁଙ୍କ ସମେତ କେନ୍ଦ୍ରୀୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧର୍ମା ସାହୁ, କେନ୍ଦ୍ରୀୟ ଉପଦେଷ୍ଟା ଯୋଗୀ ସାହୁ ଓ ଶରତ କୁମାର ସାହୁ, ଉପ ସଭାପତି ପ୍ରଶାନ୍ତ କୁମାର ସାହୁ (ମୋହନା), ପ୍ରଶାନ୍ତ କୁମାର ସାହୁ (ଚିକିଟୀ), କେନ୍ଦ୍ରୀୟ କୋସାଧକ୍ଷ ଜିତେନ୍ଦ୍ର କୁମାର ସାହୁ, ଉପ ସଭାପତି ସୁରେନ୍ଦ୍ର ସାହୁ, ଅଫିସ୍ ସମ୍ପାଦକ ଲକ୍ଷ୍ମଣ କୁମାର ସାହୁ, ପାଣ୍ଡିରୀ ଆଞ୍ଚଳିକ ସଭାପତି ଦଣ୍ଡ ସାହୁ, ଚିକିଟୀ ଆଞ୍ଚଳିକ ସଭାପତି କୃଷ୍ଣ ସାହୁ, ସାନ ଖେମୁଣ୍ଡି ଆଞ୍ଚଳିକ ସଭାପତି ଗୋପାଳ ସାହୁ, ବଡ ଖେମୁଣ୍ଡି ଆଞ୍ଚଳିକ ସଭାପତି ବିପ୍ର ସାହୁ, ପଦ୍ମପୁର ଆଞ୍ଚଳିକ ସଭାପତି କାହ୍ନୁ ଚରଣ ସାହୁ, ପାଣ୍ଡିରି ଆଞ୍ଚଳିକ ଉପଦେଷ୍ଟା ଦେବେନ୍ଦ୍ର ସାହୁ ବ୍ୟତୀତ ସମସ୍ତ ଆଞ୍ଚଳିକ କର୍ମକର୍ତ୍ତା ଓ ଗ୍ରାମ୍ୟ ପରିଷଦର କର୍ମକର୍ତ୍ତା ଓ ବହୁ ସଂଖ୍ୟାରେ ସମାଜ ର ସଭ୍ୟ ଭାଇ ଓ ଭଉଣୀ ଯୋଗ ଦେବା ସହ ବ୍ରହ୍ମପୁର କେନ୍ଦ୍ରୀୟ ପରିଷଦର କର୍ମ କର୍ତ୍ତା ମାନେ ଯୋଗ ଦେଇ ଏହି ବୈଠକକୁ ସଫଳ କରାଇ ଥିଲେ।

Post a Comment

Previous Post Next Post