ନବ ନିଯୁକ୍ତ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

 


(ମୋ ନ୍ୟୁଜ ଓଡ଼ିଶା)

ବୁଗୁଡା ,୦୫/୧୧/୨୪(ସୋରେନ କୁମାର  ପ୍ରଧାନ): ସ୍ଥାନୀୟ ଶିକ୍ଷକ ଭବନ ପରିସରରେ ନବ ନିଯୁକ୍ତ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ ଉଦ୍ଦେଶ୍ୟରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସଭାପତି ମନୋରଞ୍ଜନ ଦାଶଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଉପସଭାପତି କାଳୀ ଚରଣ ଆଚାର୍ଯ୍ୟ, ଏନପିଏସ୍ ସଂଘ ସଭାପତି ପିତାମ୍ବର ଗୌଡ ଓ ସମ୍ପାଦକ ସନାତନ ପ୍ରଧାନ, ଗଣଶିକ୍ଷକ ସଂଘ ସଭାପତି ପିତବାସ ସାହୁ ଓ ସମ୍ପାଦକ ପାର୍ଥ ସାରଥି ପ୍ରଧାନ, ବରିଷ୍ଠ ଶିକ୍ଷକ ପ୍ରମୋଦ କୁମାର ଦାଶ ଓ ସିମାଞ୍ଚଳ ସେଠୀ ପ୍ରମୁଖ ମଞ୍ଚାସୀନ ରହିଥିବା ବେଳେ ଏ ଅବସରରେ ନବ ନିଯୁକ୍ତ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରିଚୟ ଗ୍ରହଣ ସହ ସେମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପହାର ପ୍ରଦାନ ପୂର୍ବକ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପରିଶେଷରେ ଶିକ୍ଷକ ଦିଲ୍ଲୀପ କୁମାର ଗନ୍ତାୟତ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post