ଗଞ୍ଜେଇ ଓ ଭାଗ, ୪ ଗିରଫ

 


ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ)- ମୋହନା ବ୍ଳକର ଅଡବା ଥାନା ପୋଲିସ ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରି ବ୍ୟାପକ ପରିମାଣର ଗଞ୍ଜେଇ ଓ ଭାଗ ଜବତ କରିଛି। ଏଥିରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରାଯାଉଛି । ପୁଲିସ ଗୁଣ୍ଡ୍ରିପଙ୍କା ଗାଁ ନିକଟସ୍ଥ ରାସ୍ତା କଡରେ ଚାଲାଣ ପାଇଁ ରଖିଥିବା ୩ କୁଇଁଣ୍ଟୋଲ ୩୭ କେଜି ଗଞ୍ଜେଇ ଜବତ କରି ଘଟଣାସ୍ଥଳରୁ ଜଗନ୍ନାଥ ପରିଛାଙ୍କୁ ପୁଲିସ ଗିରଫ କରି ଏନେଇ କେସ ନଂ ୧୬୮/୨୪ । ସେହିପରି ପୁଲିସ ଭଲିଆପଦା ଛକରେ ଚଢାଉ କରି ଏକ ଅଟୋ(ନଂ ଓଡି07ଡବ୍ଲ୍ୟୁ - 7269) ରୁ ୧୫୫ କେଜି ଭାଗ ଜବତ କରିଛି । ଏଥିରେ ସମ୍ପୃକ୍ତ ୩ ଜଣ ବଡଗଡ ଅଞ୍ଚଳର ଉପେନ୍ଦ୍ର, ସୁଦାମ ଦଳାଇ, ସାନ୍ତୁନୁ ଦଳାଇଙ୍କୁ ଗିରଫ କରିଛି । ଏନେଇ କେସ ନଂ 167/24 । ଜବତ ଗଞ୍ଜେଇ ଓ ଭାଗର ଅନୁମାନିକ ମୂଲ୍ୟ ପ୍ରାୟ ୨୨ ଲକ୍ଷ ଟଙ୍କା ହେବ ବୋଲି ଅଡବା ଥାନା ଅଧିକାରୀ କହିଛନ୍ତି ।

Post a Comment

Previous Post Next Post