ଗରୀବ ପୁରୁଷ ଲୋକଙ୍କୁ ପ୍ରଲୋଭନ ଦେଖେଇ ପରିବାର ନିୟନ୍ତ୍ରଣ ନାମରେ ପୁରୁଷ ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ଓ କ୍ୟାମ୍ପ ଆୟୋଜନର ପ୍ରତିବାଦ

(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର ମୋ ନିୟୁଜ ଓଡିଶା :ଦେଶରେ ଜନସଂଖ୍ୟା ଅବାର୍ଚିନ ଭାବରେ  ହୁ ହୁ ବଢୁଥିବା କାରଣରୁ ବହୁ ବର୍ଷ ପୂର୍ବେ ସରକାର ପରିବାର ନିୟନ୍ତ୍ରଣ ନିମନ୍ତେ ବିଭିନ୍ନ ସମୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଆସିଛନ୍ତି। ସେଥିମଧ୍ୟରୁ ପୁରୁଷ ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ଅନ୍ୟତମ। ଦେଶର ସୀମିତ ସଂଶାଧନ ଓ ଭିତ୍ତିଭୂମିକୁ ଧ୍ୟାନରେ ରଖି ସରକାର ଏଭଳି ଏକ ପଦକ୍ଷେପ ନେବା ସହ ଏଥିନିମନ୍ତେ ଏକ ସ୍ବତନ୍ତ୍ର ବିଭାଗ ଓ ମାର୍ଗ ଦର୍ଶିକା ପ୍ରଣୟନ କରିଛନ୍ତି। ଏହି ମାର୍ଗ ଦର୍ଶିକା ଅନୁଯାୟୀ ଏହା ଏକ ସ୍ୱେଛାକୃତ କାର୍ଯ୍ୟକ୍ରମ ଏହ କୌଣସି ପ୍ରକାର ପ୍ରଲୋଭନ କିମ୍ବା ଭୟ ଓ ଆଇନ ଦେଖାଇ ଜୋରଜବରଦସ୍ତ କିମ୍ବା କୌଣସି ପ୍ରକାର ଚାପ ପକାଯାଇ ବନ୍ଧ୍ୟାକରଣ ପାଇଁ  ବାଧ୍ୟ କରାଯାଇ ପାରିବ ନାହିଁ। ଏଭଳି କଲେ ଏହା ଧର୍ତ୍ତବ୍ୟ ଅପରାଧ ରୂପେ ଧରାଯିବ। ଯେତେବେଳେ ଦେଶରେ ପରିବାର ନିୟୋଜନ ଆଇନ ଅଣାଯାଇଥିଲା, ସେତେବେଳେ ଏହାର ଆବଶ୍ୟକତା ଥିଲା। କିନ୍ତୁ ବର୍ତ୍ତମାନର  ପରିବର୍ତ୍ତିତ ପରିସ୍ଥିତିରେ ଏହି ଆଇନ ଓ ପରିବାର ନିୟୋଜନ ଓ ନିୟନ୍ତ୍ରଣ ଯୋଜନାର କୌଣସି ଉପଯୋଗିତା ଥିବାର ଅନୁଭବ ହେଉ ନାହିଁ। ଦୀର୍ଘ ଚାରି ଦଶକ ହେଲା ହିନ୍ଦୁ ଜନ ସଂଖ୍ୟାର କମାଗ୍ରତ ହ୍ରାସ ପରିଲକ୍ଷିତ ହେଉଛି। ଫଳସ୍ୱରୁଲ ଅନ୍ୟ ଧର୍ମାବଲମ୍ବୀଙ୍କ ଜନସଂଖ୍ୟା ହାରରେ ଦୃତ ଅଭିବୃଦ୍ଧି ଘଟି ଚାଲିଛି। ଫଳରେ ଦେଶରେ ଏକ ବିଷମ ପରିସ୍ଥିତି ସୃଷ୍ଟି ହୋଇ ସାରିଲାଣି। ହିନ୍ଦୁ ମାନଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ଧର୍ମାଲମ୍ବି ଲୋକେ ଏହାକୁ ଆଦୌ ସ୍ବୀକାର କରନ୍ତି ନାହିଁ। ଦ୍ୱିତୀୟରେ ଦେଶରେ ବର୍ତ୍ତମାନ ବୟସ୍କ ଲୋକଙ୍କ ସଂଖ୍ୟା ବଢ଼ି ଚାଲିଥିଲା ବେଳେ ଯୁବକଙ୍କ ସଂଖ୍ୟାରେ ହ୍ରାସ ଘଟି ଚାଲିଛି। ଫଳରେ କର୍ମ ବଜାରରେ ଏହାର ପ୍ରଭାବ ପଡ଼ି ଚାଲିଚି। ପରିସ୍ଥିତିର ଗମ୍ଭୀରତାକୁ ଉପଲବ୍ଧି କରି ନିକଟରେ ଆନ୍ଧ୍ର ଓ ତାମିଲନାଡୁ ସରକାର ଦମ୍ପତି ମାନଙ୍କୁ ଅଧିକ ଛୁଆ ଜନ୍ମ କରିବା ପାଇଁ ଆହ୍ୱାନ ଦେବା ସହ ଏଥି ନିମନ୍ତେ ବିଭିନ୍ନ ପ୍ରୋତ୍ସାହନ ସ୍କିମ ଘୋଷଣା କରିଛନ୍ତି।  କେବଳ ଆମ ଦେଶରେ ନୁହେଁ । ଦକ୍ଷିଣ କୋରିଆ ଠାରୁ ଆରମ୍ଭ କରି ଜର୍ମାନୀ ପର୍ଯ୍ୟନ୍ତ ସବୁ ଦେଶର ସରକାର ମାନେ ତାଙ୍କ ନାଗରିକ ମାନଙ୍କୁ ଅଧିକ ଛୁଆ ଜନ୍ମ୍ କରିବା ପାଇଁ ଉତ୍ସାହିତ କରୁଛନ୍ତି। ଚାଇନାରେ ମଧ୍ୟ ପରିବାର ନିୟନ୍ତ୍ରଣ ଯୋଜନା ଓ ଆଈନ କୁ ଚାଇନା ସରକାର ଶୀତଳ ଭଣ୍ଡାରକୁ ପଠେଇ ନୂତନ ଦମ୍ପତିଙ୍କୁ ଅତି କମରେ ଦୁଇଟି ଚୁଆ ଜନ୍ମ କରିବା ନିମନ୍ତେ ଅନେକ ଲୋଭନୀୟ ସ୍କିମ ଘୋଷଣା କରିଛନ୍ତି। ଏହି ପକ୍ଷରେ ହିନ୍ଦୁ ମାନଙ୍କ ପ୍ରତି ସମ୍ବେଦନଶୀଳ ଥିବା ଓ ହିନ୍ଦୁ ସପକ୍ଷବାଦୀ ଡବଲ ଇଞ୍ଜିନ ସରକାର ଅତ୍ୟନ୍ତ ଏହା ଉପରେ ସମୟୋପଯୁଗି ପଦକ୍ଷେପ ନେଇ ଏହି ଅଭିଯାନକୁ ବନ୍ଦ କରିବା ସହ ଏହି ଆଇନକୁ ଋଦ୍ଧ କରନ୍ତୁ। ସେହିଭଳି ସବୁ ସମ୍ପ୍ରଦାୟ ଯେଭଳି ପରିବାର ନିୟୋଜନ କାର୍ଯ୍ୟକ୍ରମରେ ଭାଗ ନେବେ ତାହା ସୁନିଶ୍ଚିତ କରିବା ନିମନ୍ତେ ୟୁନିଫର୍ମ ସିଭିଲ କୋଡ ଆଣିବା ସହ ଜନସଂଖ୍ୟା ନିୟନ୍ତ୍ରଣ ଆଇନକୁ ସଂଶୋଧନ କରି ଯୁଗୋପଯୁଗି କରିବା ନିମନ୍ତେ ଓଡ଼ିଆ ସ୍ୱାଭିମାନ ଜାଗରଣ ଫେଡେରେସନ ଓ ଶ୍ରୀ ପୁରୁଷୋତ୍ତମ ଜଗନ୍ନାଥ ଚେତନା ସଂସ୍ଥା ତରଫରୁ ହିଞ୍ଜିଳିକାଟୁ ହସ୍ପିଟାଲ ସମ୍ମୁଖରେ ପୁରୁଷ ବନ୍ଧ୍ୟାକରଣ ନେଇ ଏକ କ୍ୟାମ୍ପ ଚାଲିଥିବା ଖବର ପାଇ ସଂଘର ସଦସ୍ୟ ମନେ ସେଠାରେ ପହଞ୍ଚି ପ୍ରତିବାଦ କରିବା ସହ ଏ ନେଇ ନୂତନ ଆଇନ ଆଣିବା ନିମନ୍ତେ ପଦକ୍ଷେପ ନେବାକୁ ଫେଡେରେସନ ତରଫରୁ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ତଥା ସ୍ବାସ୍ଥ୍ୟ ପରିବାର କଲ୍ୟାଣ ସଚିବଙ୍କୁ ଇମେଲ ଯୋଗେ ଅବଗତ କରା ଯାଇଛି। ଆଜିର ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଫେଡେରେସନ ତରଫରୁ ଏହାର କୋଷାଧ୍ୟକ୍ଷ ଏମ୍ ଲାବଣ୍ୟ ପାତ୍ର ଓ ଗଗନ ପାତ୍ର ପ୍ରମୁଖ ଓ ଶ୍ରୀ ପୁରୁଷୋତ୍ତମ ଜଗନ୍ନାଥ ଚେତନା ପକ୍ଷରୁ ପଦ୍ମ ଚଟାଣ ଦାସ ପ୍ରମୁଖ ଭାଗ ନେଇଥିଲେ।

Post a Comment

Previous Post Next Post