ରାମ ଗିରି ଠାରେ ଜିଲ୍ଲା ସ୍ଥରୀୟ ସର୍ଗିଫୁଲ କାର୍ଯ୍ୟକ୍ରମ

(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର ମୋ ନିୟୁଜ ଓଡିଶା : ଗଜପତି ଜିଲ୍ଲା ରାମଗିରି ଠାରେ ଆଦିବାସୀ ଉନ୍ନୟନ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ସର୍ଗିଫୁଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମୋହନା ବିଧାୟକ ଦାଶରଥି ଗମାଙ୍ଗ, ମୁଖ୍ୟ ବକ୍ତା ଜିଲ୍ଲା ମୁଖ୍ୟ ଉନ୍ନୟନ କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ଗୁଣନିଧି ନାୟକ, ସମ୍ମାନୀତ ଅତିଥି ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଜିଲ୍ଲା ପ୍ରକଳ୍ପ ପ୍ରଶାସକ ଅଶୁମାନ ମହାପାତ୍ର, ଆର,ଉଦୟଗିରି ବିଡିଓ ଲରିମନ ଖର୍ସେଲ, ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର, ଚନ୍ଦ୍ରଗିରି ସୌରା ଉନ୍ନୟନ ସଂସ୍ଥାର ସ୍ବତନ୍ତ୍ର  ଅଧିକାରୀ ବନମାଳୀ ଭୂୟାଁ, ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟ  ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଲ୍ୟ କରିଥିଲେ । ଜିଲ୍ଲା ର ମଙ୍ଗଳ ବିଭାଗର ସମସ୍ତ ସୁଲର ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ପ୍ରତିଭା ଉପସ୍ଥାପନ କରିଥିଲେ । କୁନି କୁନି ବୈଜ୍ଞାନିକ ମାନେ ନିଜର ପ୍ରକଳ୍ପ ଗୁଡ଼ିକୁ ମୁଖ୍ୟ ଅତିଥି ତଥା ଲୋକଙ୍କ ଆଗରେ ପ୍ରାଞ୍ଜ୍ୱାଳ ଭାବରେ ଉପସ୍ଥାପନା କରିଥିଲେ । ଏହି କାର୍ଯ୍ୟକ୍ରମ ଦ୍ଵାରା କଣ ଅନୁକୋଣ ରେ ଲୁଚି ରହିଥିବା ପ୍ରତିଭାକୁ ଲୋକ ଲୋଚନ କୁ ଆଣିବାର ଏକ ପ୍ରୟାସ ବୋଲି କହିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀନି ।

Post a Comment

Previous Post Next Post