ମୋ ନିୟୁଜ ଓଡିଶା ଓଡିଶା ରାଜ୍ୟ ଅବସର ପ୍ରାପ୍ତ କର୍ମଚାରୀ ମହାସଂଘ ଡ଼ାକରାରେ ଗଂଜାମ ଜିଲ୍ଲା ପକ୍ଷରୁ ପେନସନର ମାନଙ୍କ ନ୍ୟାଯ୍ୟାଦାବି ଯଥା :ସମସ୍ତ ପେନ୍ସନର ମାନଙ୍କୁ ଚିକିତ୍ସାଭତ୍ତା, କୋଭିଡ ସମୟରେ ଅଟକ ରଖିଥିବା ୧୮ ମାସର ମହଙ୍ଗାଭତ୍ତା ପ୍ରଦାନ, ସମସ୍ତଙ୍କୁ ପୁରୁଣା ପେନସନ ଦେବା, ପୂର୍ବଭଳି ବରିଷ୍ଠ ନାଗରିକ ମାନଙ୍କୁ ରେଳଯାତ୍ରାରେ ରିହାତି ଦେବା, କେନ୍ଦ୍ର ଅନୁରୂପ ପୁରା ପେନସନ ପାଇଁ ୨୫ ବର୍ଷ ପରିବର୍ତ୍ତେ ୨୦ କରାଯାଉ, ପି.ଜି.ପି.ଏ. ବିଭାଗର ପୁନଃ ସ୍ଥାପନ କରାଯାଉ , ଅତିରିକ୍ତ ପେନସନ ୬୫ ବର୍ଷରୁ ପ୍ରତି ୫ ବର୍ଷରେ ୫% ଅନୁପାତରେ ଦିଆଯିବା ଆଦି ୯ ଦଫା ଦାବୀ ସମ୍ବଳିତ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଂଜାମ ଜିଲ୍ଲା ଜିଲ୍ଲାପାଳ ଶ୍ରୀ ଦିବ୍ୟ ଜ୍ୟୋତି ପରିଡାଙ୍କୁ ଦିଆଯାଇଥିଲା। ସେହିପରି ଛତ୍ରପୁର ବ୍ଲକର ଏ.ବି.ଡି.ଓ. ଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲ।
ଜିଲ୍ଲା ସଂଗଠନର ସଭାପତି ଡି.ମୋହନ ରାଓ, Asn ଗୁପ୍ତା, କେ.ନନ୍ଦେଷୁ ସେନାପତି, କୃଷ୍ଣ ଚନ୍ଦ୍ର ଦାସ, ନୀଳାଞ୍ଚଳ ମିଶ୍ର , ବିଜୟ କୁମାର ପଣ୍ଡା , ଡି.ଗୁରୁମୁର୍ତି ପାତ୍ର, ଦଣ୍ଡପାଣି ରେଡ଼ି, ଉମାଶଙ୍କର ରେଡ୍ଡୀ,ଅମୀୟ ଚନ୍ଦ୍ର ସାବତ, ଛତ୍ରପୁର ବ୍ଲକରୁ ଶ୍ରୀକାନ୍ତ ମିଶ୍ର, ନରସିଂହ ଆଚାରି, ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ସୋମନାଥ ସାହୁ, ନିରଞ୍ଜନ ତ୍ରିପାଠୀ, କିଶୋର ଚନ୍ଦ୍ର ପାଢ଼ୀ , ବ୍ରହ୍ମାନନ୍ଦ ପାଢ଼ୀ, ନବୀନ ଚନ୍ଦ୍ର ବେହେରା ଯୋଗଦେଇଥିଲେ।
ତା୩୦.୧୧.୨୪ ତାରିଖରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ବ୍ରହ୍ମପୁର ଙ୍କ ମାଧ୍ୟମରେ ୯ ଦଫା ଦାବି ସମ୍ବଳିତ ଦାବୀ ପତ୍ର ଦିଆଯିବ ବୋଲି ସଭାପତି ଡି.ମୋହନ ରାଓ ସୁଚାଇଛନ୍ତି।
ଡି.ମୋହନ ରାଓ, ସଭାପତି,
ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ, ଗଂଜାମ ଜିଲ୍ଲା