ମଧୁପଲ୍ଲୀ ପଞ୍ଚାୟତର ନରେଗା କାମରେ ଦୁର୍ନୀତି ଅଭିଯୋଗ


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ପୋଲସରା ମୋ ନିୟୁଜ ଓଡିଶା : ଗଞ୍ଜାମ ଜିଲ୍ଲା ପୋଲସରା ପଞ୍ଚାୟତ ସମିତି ଅଧିନରେ ଥିବା ମଧୁପଲ୍ଲୀ ପଞ୍ଚାୟତର ଗୋପିନାଥ ସ୍ବାମୀ ହାଇସ୍କୁଲରେ ଏନ୍ ଆର୍ ଜି ଏସ୍ କାମରେ କାର୍ଯ୍ଯ ନ କରି ମିଥ୍ୟା ବିଲ୍ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ମଧୁପଲ୍ଲୀ ପଞ୍ଚାୟତର ମଧୁପଲ୍ଲୀ ଗ୍ରାମର ଗୋପିନାଥ ସ୍ବାମୀ ହାଇସ୍କୁଲର ସ୍କୁଲ ନାଳ ପୁନରୁଦ୍ଧାର ସକାଶେ (ଅଙ୍ଗନବାଡ଼ି ଠାରୁ ଗୋପିନାଥ ସ୍ବାମୀ ସ୍କୁଲ ନାଳ) ପାଇଁ ୨୦୨୩/୨୪ ଆର୍ଥିକ ବର୍ଷ,କୋଡ଼ ନଂ ୧୦୫୭୯୬୩୯,୧୧/୦୬/୨୪ ରେ ୮ ଲକ୍ଷ୍ୟ ଟଙ୍କା ମଞ୍ଜୁର ହୋଇଥିଲା। କିନ୍ତୁ ସେହି କାର୍ଯ୍ୟକୁ ନ କରି ୦୨/୦୮/୨୪ ତାରିଖରୁ ୧୧/୦୬/୨୪ ତାରିଖ ମଧ୍ୟରେ ୪,୮୪,୬୦୦ (ଚାରି ଲକ୍ଷ,ଚଉରାଅସି ହଜାର,ଛଅଶହ) ଟଙ୍କା ବିଲ୍ କରାଯାଇଛି। ଏହି ବିଷୟ ଗ୍ରାମବାସୀ ଜାଣିବା ପରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ପୋଲସରା ବ୍ଲକରୁ ମଗାଇ ଥିଲେ ।ପ୍ରଥମେ ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପୋଲସରା ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଳିକ ଓ ଗଞ୍ଜାମ ଜିଲ୍ଲାପାଳ (ଛତ୍ରପୁର) ଙ୍କ ପାଖରେ ଅଭିଯୋଗ କରିଥିଲେ। ଏହାସହିତ ଦୁର୍ନୀତି ନିବାରଣ ବିଭାଗ (ବ୍ରହ୍ମପୁର) କୁ ମଧ୍ଯ ଏକ ଅଭିଯୋଗ ପତ୍ର ପ୍ରେରଣ କରିଥିଲେ। ଯାହାକି  ଉକ୍ତ ମିଥ୍ୟା ବିଲ୍ କରି ଅର୍ଥ ହେରଫେରର ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭେଟି ନିବେଦନ କରିଥିଲେ। ମିଥ୍ୟା ବିଲ୍ କରି ଏହି ଅର୍ଥକୁ ବିଭାଗୀୟ ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ଜେନାଙ୍କ ସହିତ ପଞ୍ଚାୟତର କିଛି ନିର୍ବାଚିତ ପ୍ରତିନିଧି ସାମିଲ ହୋଇ ଆତ୍ମସାତ କରି ଥିବା ଆରୋପ ହୋଇଥିବା ବେଳେ। ଯାହାକୁ ନେଇ ବିଭାଗୀୟ ଯନ୍ତ୍ରୀ ଶ୍ରୀ ଜେନା ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଥିଲେ।ଯାହାକି ସ୍କୁଲ ପାଇଁ ପ୍ରଥମେ ସୁରକ୍ଷା ପାଚେରୀର ଆବଶ୍ୟକ ଥିବା ବେଳେ ସେଥିରେ ଏହି ଅର୍ଥ ଖର୍ଚ୍ଚ କରାଯାଇଥିଲା। କିନ୍ତୁ ଅଭିଯୋଗ ପରେ ବିଡ଼ିଓ ଙ୍କ ନିର୍ଦ୍ଧେଶରେ ନାଳର ପୁନରୁଦ୍ଧାର କାର୍ଯ୍ୟ ଶେଷ କରାଯାଇଛି ବୋଲି ପ୍ରକାଶ କରିଥିଲେ।

Post a Comment

Previous Post Next Post