(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହପୁର:ମୋ ନିୟୁଜ ଓଡିଶା ସ୍ଥାନୀୟ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ଖେଳ ପଡ଼ିଆରେ ଅନୁଷ୍ଠିତ ୧୧ ତମ ବ୍ରହ୍ମପୁର ମହାନଗର ପୁସ୍ତକ ମେଳା ନବମ ଦିନରେ ପହଂଚି ଯାଇଛି । ତଥା ନବମ ଦିନରେ ପୁସ୍ତକ ମେଳାର ଆୟୋଜନ ଏବଂ ଏହାକୁ ସଫଳ ରୁପକଳ୍ପ ଦେବାରେ ଅନେକ କଷ୍ଟ ଓ ପରିଶ୍ରମ କରିବାକୁ ପଡ଼ିଥାଏ ବୋଲି ଅତିଥି ମାନେ କହିଥିଲେ ।ଗନ୍ଧର୍ବ କଳା ନିକେତନ ଦ୍ଵାରା ରଙ୍ଗାରଙ୍ଗ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସହରର ଜଣାଶୁଣା ବୁଦ୍ଧିଜୀବୀ କେ ରାଜ କୁମାର ସେନାପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଶିଷ୍ଟ ସମାଜସେବୀ ସମ୍ବୁଲିଙ୍ଗମ୍ ଆଚାରୀ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ। ... ପୁସ୍ତକ ମେଳା କବି ,ଲେଖକ ଓ ପାଠକ ମାନଙ୍କ ଏକ ସମର୍କର ସେତୁ ବୋଲି କହିଥିଲେ ।ମୁଖ୍ୟ ବକ୍ତା ଭାବେ କବି ସତ୍ୟମ୍ ଆଚାରୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସମାଜସେବୀ ସୁବାସ ମହାରଣା , ସାମ୍ବାଦିକ ସୁଦୀପ ସାହୁ ,
ଦୀପ୍ତିମିତା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।ବିଶିଷ୍ଟ କବି ସୁଶାନ୍ତ ଦାଶ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ସଙ୍ଗୀତ ଗୁରୁ ଗଣେଶ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଧିବେଶନରେ କଣ୍ଠ ଶିଳ୍ପୀ ବାସୁଦେବ ରଥ , ନବକିଶୋର ମହାପାତ୍ରଙ୍କୁ ପୁସ୍ତକ ମେଳା ସଙ୍ଗୀତ ସମ୍ମାନ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅନିଲ କୁମାର ପାତ୍ର ,ସୁନୀଲ କୁମାର ପ୍ରଧାନ ,ନିହାର ରଞ୍ଜନ ଦାଶ,ପ୍ରଫୁଲ୍ଲ କୁମାର ଦାଶ ,ସୁଧାଞ୍ଜଳି ମିଶ୍ର, ବାଲ୍ମୀକି ମହାପାତ୍ର ,ସୁଶାନ୍ତ ଦାଶ ,ସତ୍ୟମ ଆଚାରୀ ,ଅଜିତ କୁମାର ସାବତ ମହାପାତ୍ର , ପ୍ରମୁଖ ପରିଚାଳନା କରିଥିଲେ । କବି ଦିପ୍ତିଲେଖା ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।


