(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର :ମୋ ନିୟୁଜ ଓଡିଶା ଗତ କିଛି ଦିନ ଧରି ଗଞ୍ଜେଇ କାରବାର ଓ ଚାଷ ର ପାର୍ଦୁଭାବ ବଢିଚାଲିଥିବା ବେଳେ ଆଜି ଗଜପତି ଜିଲ୍ଲା ମୋହନା ଥାନା ପକ୍ଷରୁ ଜୋରଦାର ଚଢ଼ାଉ କରି 20ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି l ଗତ କିଛି ଦିନ ତଳେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକାରୀ ଯତୀନ୍ଦ କୁମାର ପଣ୍ଡାଙ୍କ ଉପସ୍ଥିତରେ ଚନ୍ଦ୍ରଗିରି ଫାଣ୍ଡିରେ ଏକ PRI ମେମ୍ବର ମାନଙ୍କୁ ନେଇ ଗଞ୍ଜେଇ ଚାଷ ଉପରେ ଏକ ଶିବିର ଅନୁଷ୍ଠିତ ହୋଇଥିଲା l ସେହି ଶିବିର ରେ ଜିଲ୍ଲା ଆରକ୍ଷୀ କହିଥିଲି ଯେଉଁ ଜାଗା ରେ ବେଆଇନ ଭାବେ ଗୋଞ୍ଜେଇ ଚାଷ କରାଯାଇଛି ତାହାକୁ ଆମେ ନଷ୍ଟ କରିବୁ l ଆଜି ଗଜପତି ଜିଲ୍ଲା ଆରକ୍ଷୀ ଙ୍କ ନିର୍ଦେଶ କର୍ମେ ମୋହନା ପୋଲିସ କର୍ମଚାରି ଓ ବସନ୍ତ ସେଠୀ ଙ୍କ ଉପସ୍ଥିତି ରେ ବଡସିନ୍ଦିବା ଗ୍ରାମ ପଂଚାୟତ ଅନ୍ତର୍ଗତ କୁଟୀମେରା ଗାଁ ରେ ଚଢ଼ାଉ କରି 20ଏକର ର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି l ଆଗାମି ଦିନରେ ଆଉ ମଧ୍ୟ ଭୟଙ୍କର ଚଢ଼ାଉ କରାଯିବ ମୋହନା ଥାନା ପକ୍ଷରୁ ସୂଚନା ମିଳିଛି ।