ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ କଲ୍ୟାଣ ସମିତି ବୈଠକ ।

 


  ଆର,ଉଦୟଗିରି   ମୋ ନିୟୁଜ ଓଡିଶା 25/11(ମନୋଜ କୁମାର ପାଢୀ )ଗଜପତି ଜିଲ୍ଲା ମୋହନା ଗୋଷ୍ଟି ସ୍ବାସ୍ଥ୍ୟ ଅଧିକାରୀ ଙ୍କ କାର୍ଯ୍ୟଳୟ ରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ମୂଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ବୈଠକ ରେ ମେଡିକାଲ୍ ରେ ଲାଗି ରହିଥିବା ସମସ୍ୟା ଗାଁ ପରିମଳ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା। ମେଡିକାଲ୍ ରେ ରୋଗୀଙ୍କ ନିମନ୍ତେ ୩୦ ଶଯ୍ୟା ବେଡ ଥିଲେ ମଧ୍ୟ ଜାଗା ଅଭାବରୁ ବେଡ ପଡ଼ିପାରିନାହିଁ। ଏମିତି କି ମେଡିକାଲ୍ ରେ ରୋଗୀଙ୍କ ନିମନ୍ତେ ଭଲ ଶୌଚାଳୟ, ପାନୀୟଜଳ ଭଳି ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ବୈଠକ ରେ ମୋହନା ମେଡିକାଲ୍ ଅଧିକାରୀ ଡାକ୍ତର ଜୟ ପଣ୍ଡା,ଡାକ୍ତର ଅମୃତରାଜ ଜେନା , ଗୋପାଳ କୃଷ୍ଣ ସାହୁ, ଆୟୁଷ ଡ଼ାକ୍ତର ଅନୁପମା ପାଢ଼ୀ ପରିମଳ ଜେଇ ପଦ୍ମନାଭ ଖଣ୍ଡେଇ ଙ୍କ ସମ୍ୱନିତ ଶିଶୁ ବିକାଶ ର ସୂପରଭାଇଯର ଯୋଗ ଦେଇଥିଲେ।

Post a Comment

Previous Post Next Post