(ମୋ ନ୍ୟୁଜ ଓଡ଼ିଶା)
ବୁଗୁଡ଼ା,୧୩/୧୧/୨୪(ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବ୍ଲକ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ବୀରଧନଞ୍ଜୟପୁର ର ବୁଦ୍ଧଗିରି ବିଦ୍ୟାପୀଠରେ ନଭେମ୍ବର ୧୩ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ବିଜ୍ଞାନ ପ୍ରଦର୍ଶନୀର ଉଦଘାଟନୀ କାର୍ଯ୍ୟକ୍ରମରେ ବିଇଓ ଚିନ୍ମୟ ମହାପାତ୍ର ଅଧ୍ଯକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥ୍ ଭାବେ ତହସିଲଦାର ତାପସ ରାଉତ ଯୋଗଦେଇ ବିଜ୍ଞାନ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥ୍ ଭାବେ ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର, ବୁଦ୍ଧଗିରି ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ବିଭୂତି ଭୂଷଣ ପ୍ରଧାନ ଓ ଏସ୍ଏମସି ସଭାପତି ଦିବ୍ଯ ଚରଣ ଦାଶ ପ୍ରମୁଖ ଯୋଗ ଦେଇ ଶିଶୁ ବିଜ୍ଞାନୀଙ୍କୁ ମାର୍ଗ ଦର୍ଶନ ସହ ଉତ୍ସାହିତ କରିଥିଲେ । ଏହି ବିଜ୍ଞାନ ପ୍ରଦର୍ଶନୀରେ ଉଚ୍ଚ ପ୍ରାଥମିକ ସ୍ତରରୁ ୭୯ଟି ଏବଂ ମାଧ୍ୟମିକ ସ୍ତରରୁ ୪୪ଟି ପ୍ରକଳ୍ପ ସ୍ଥାନ ପାଇଥିଲା। ବିଚାରକ ଭାବେ ବୁଗୁଡା ପିପୁଲସ କଲେଜର ଉଭିଦ ବିଜ୍ଞାନ ଅଧ୍ୟାପକ ଡକ୍ଟର ଜୟରାମ ବିଷୋୟୀ, ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପଦାର୍ଥ ବିଜ୍ଞାନ ଅଧ୍ୟାପକ ମନୋରଞ୍ଜନ ମୁଦୁଲି ଓ ଗଣିତ ଅଧ୍ୟାପକ ଡକ୍ଟର ପ୍ରିୟବ୍ରତ ପ୍ରଧାନ ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ଚୟନ କରିଥିଲେ । ଉକ୍ତ ବିଜ୍ଞାନ ପ୍ରଦର୍ଶନୀର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥ୍ୟ ଭାବେ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରା, ସମ୍ମାନିତ ଅତିଥ୍ୟ ଭାବେ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମନୋରଞ୍ଜନ ଦାଶ, ଶିକ୍ଷକ ପ୍ରଶାନ୍ତ କୁମାର ଗୌଡ ପ୍ରମୁଖ ଯୋଗ ଦେଇ ସମସ୍ତ ଶିଶୁ ବିଜ୍ଞାନୀଙ୍କୁ ପ୍ରମାଣ ପତ୍ର ଓ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଜିଲ୍ଲା ସ୍ତରୀୟ ପ୍ରଦର୍ଶନୀରେ ଅଂଶ ଗ୍ରହଣ ପାଇଁ କରସିଙ୍ଗି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପୂଜା ନାୟକ, ପୋଚାଲୁଣ୍ଡି ହାଇସ୍କୁଲର ଇସ୍ତିତା ପାଣିଗ୍ରାହୀ, ବାଲିପଦର ହାଇ ସ୍କୁଲର ଅମିତ କୁମାର ସାସମଲ ଓ ବିରଞ୍ଚିପୁର ହାଇସ୍କୁଲ ର ରୁଦ୍ର ପ୍ରସାଦ ନନ୍ଦ ମୋଟ ୪ ଜଣ କୃତି ପ୍ରତିଯୋଗୀଙ୍କୁ ମନୋନୀତ କରାଯାଇଛି।