ନୁଆଗଡ ବିଦ୍ୟାପୀଠରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ୨୦୨୪-୨୫

 


ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ)- ନୁଆଗଡ ଲକ୍ଷ୍ମୀ ନୃସିଂହ ନୋଡାଲ ବିଦ୍ୟାପିଠ ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶୁସାନ୍ତ କୁମାର ବେହେରାଙ୍କ ତୁତ୍ବାବଧନାରେ ଅନୁଷ୍ଠିତ ହୋଇଥିଲା । ବ୍ଳକର ଭିନ୍ନ ଭିନ୍ନ ବିଦ୍ୟାଳୟରୁ ୫୫ଟି ପ୍ରକଳ୍ପର ପ୍ରତୀଯୋଗିତାରେ ଭାଗ ନେଇଥିଲେ । ଏଥିରେ ତୃତୀୟ ରୁ ପଞ୍ଚମ (ସବ୍ ଜୁନୀୟର, ଷଷ୍ଠ ରୁ ଅଷ୍ଠମ ( ଜୁନୀୟର ) ଏବଂ ନବମ ରୁ ଦଶମ ଶ୍ରେଣୀ ୧୩ଟି ପ୍ରକଳ୍ପ ମନୋନୀତ ହୋଇଥିଲା । ସେଥିରୁ ସିନିୟର ବିଭାଗର ୭ଟି ପ୍ରକଳ୍ପ ଜିଲ୍ଲାସ୍ତରକୁ ମନୋନୀତ ହୋଇଥିଲା । ଏଥିରେ ୪ଜଣ ବିଚାରକ ଭାଗ ନେଇ ସମସ୍ତ ପ୍ରକଳ୍ପକୁ ବିଚାର କରି ମନୋନୀତ କରିଥିଲେ । ବିଚାରକ ମାନେ ହେଲେ A. ମୂରଲୀ କ୍ରିଷ୍ଣା, T. ରବି କୁମାର, K. ରାମକ୍ରିଷ୍ଣା ଏବଂ ଲଳିତ ମୋହନ ନାୟକ ବିଚାରକ K. ରାମକ୍ରିଷ୍ଣା ଏବଂ ବରିଷ୍ଠ ଶିକ୍ଷକ ଶ୍ରୀ ମହେନ୍ଦ୍ର କୁମାର ସାହୁ ବିଜ୍ଞାନ ମେଳାର  ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ । ଶେଷରେ ସ୍ଥାନୀୟ ଅନୁଷ୍ଟାନର ସମସ୍ତ ଶିକ୍ଷକ ସହଯୋଗ କରିଥିଲେ ଏବଂ ଶିକ୍ଷକତ୍ରୀ ଯଶୋବନ୍ତ ରଇତ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post