ଆର, ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ/ ଗଜପତି ଜିଲ୍ଲା ଏବଂ କନ୍ଧମାଳ ଜିଲ୍ଲା ସୀମାନ୍ତ ବର୍ତ୍ତି ଅଞ୍ଚଳ ସିକରମା ଗ୍ରାମ ରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମ ରେ ଆଡଭାଣ୍ଟା କମ୍ପାନୀ ର ଗଞ୍ଜାମ ଏବଂ ଗଜପତି ଜିଲ୍ଲା ର ଉପଖଣ୍ଡ ପରିଚାଳକ ଶ୍ରୀ ଯୁକ୍ତ ତପନ କୁମାର ନାୟକ ଏବଂ ମୋହନା ଖଣ୍ଡ କ୍ଷେତ୍ର ପରିଚାଳକ କରୁଣା କର ପାଇକ ଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ରେ ଶିକରମା ଗ୍ରାମ ସହିତ ଆଖପାଖ ଗ୍ରାମ ର ଶତାଧିକ କୃଷକ ତଥା ବିହନ ବିକ୍ରେତା କୁନା ସାହୁ ,ଏହି ଅମଳ ଦିବସ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ ।
ଏହି ଅମଳ ଦିବସରେ ଆଡଭାଣ୍ଟା କମ୍ପାନୀ ର ଉନ୍ନତମାନର ହାଇବ୍ରିଡ ମକା ADV 759 ମକା ସହିତ ଅନ୍ୟ କମ୍ପାନୀ ର ହାଇବ୍ରିଡ୍ ମକା କୁ ଅମଳ ପ୍ରତିଯୋଗିତା କାର୍ଯ୍ୟକ୍ରମ କରାଯାଇଥିଲା
ଏଥିରେ ADV 759 ଏକର ପ୍ରତି ଅନ୍ୟ କମ୍ପାନୀ ହାଇବ୍ରିଡ୍ ମକାଠାରୁ 7 କୁଇଣ୍ଟାଲ ଅଧିକ ଅମଳ ହୋଇଥିଲା।
ଏହି କାର୍ଯ୍ୟକ୍ରମ ରେ ADV 759 ଅମଳ ଦେଖିଲା ପରେ ,ଚାଷୀ ଆଗାମୀ ଖରିଫ ଋତୁ ରେ ଲଗାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।