ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ବିଜ୍ଞାନ ଓ ସାମାଜିକ ମେଳା ଆୟୋଜିତ

(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର ମୋ ନିୟୁଜ ଓଡିଶା :  ସ୍ଥାନୀୟ ଗୁଡସ୍ ସେଡ ରୋଡ ସ୍ଥିତ ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ବିଜ୍ଞାନ ଓ ସାମାଜିକ ମେଳା ଆୟୋଜିତ ହୋଇଯାଇଛି  । ବିଦ୍ୟାଳୟର ସଭାପତି   ପ୍ରଶାନ୍ତ ମହାପାତ୍ର ଅଧ୍ୟକ୍ଷତା କରିଥିଲେ  । ମୁଖ୍ଯ ଅତିଥି ଭାବେ ରଙ୍ଗେଇଲୁଣ୍ଡା ବ୍ଲକ ଶିକ୍ଷାଧିକାରୀ  ଦେବେନ୍ଦ୍ର ବେହେରା ଯୋଗ ଦେଇ ଥିଲେ । ବିଦ୍ୟାଳୟର ସଭାପତି  ପ୍ରଶାନ୍ତ ମହାପାତ୍ର, ସମ୍ପାଦିକା  ଅନୀତା କୁମାରୀ ପାଢୀ ଏବଂ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ଯା  ମଧୁସ୍ମିତା ପରିଡ଼ା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ  । ମୁଖ୍ଯ ଅତିଥି ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ଆବଶ୍ୟକତା ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ଉଦ୍ ବୋଧନ ଦେଇ ଥିଲେ । ମେଳାରେ ବିଭିନ୍ନ ବର୍ଗର ପ୍ରାୟ ୨୫୦ ପ୍ରୋଜେକ୍ଟ ପ୍ରଦର୍ଶିତ ହୋଇଥିଲା  । ଏଥିରେ ୨୫୦ ରୁ ଉର୍ଦ୍ଧ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ  । ବିଜ୍ଞାନ ଶିକ୍ଷୟିତ୍ରୀ ମଧୁଛନ୍ଦା ମିଶ୍ର  , ଲକ୍ଷ୍ମୀରାଣୀ ଚୌଧୁରୀ ,ଭି ତାରକେଶ୍ , ସୌମ୍ଯ ସିଦ୍ଧାର୍ଥ ବାରିକ, ଟ୍ଵୁଇଙ୍କିଲ ପାତ୍ର, ରାଜେଶ ମହାପାତ୍ର,  ଶିବାନୀ ପାଣିଗ୍ରାହୀ ,ସ୍ବପ୍ନା ପାଣିଗ୍ରାହୀ ଏବଂ ନିବେଦିତା ମାଝି  ପରିଚାଳନା କରିଥିଲେ  । ରୋବଟିକ ଗ୍ରୁପର ମୟୁର ସାହୁ ଏବଂ ଟିମ , ସ୍ବୟମଂ ଏବଂ ଟିମ ( ଅଷ୍ଟମ ଶ୍ରେଣୀ )ପ୍ରଥମ ସ୍ଥାନ ଅଧିକାର କରିଥିଲେ  । ବିଜ୍ଞାନରେ ସଂପ୍ରତୀ ସେଠି ( UKG ), କ୍ରିତୀକା ପ୍ରଧାନ ( ଦ୍ବିତୀୟ ଶ୍ରେଣୀ ) , ଗୋପୀନାଥ ସାହୁ ( ଚତୁର୍ଥ ଶ୍ରେଣୀ ) ,ସୁଭମ ପଣ୍ଡା (ଷଷ୍ଠ ଶ୍ରେଣୀ ) , ସଙ୍କେତ ଶେଖର ଷଢଙ୍ଗୀ ଏବଂ କେ ଖିରୋଧ ( ଅଷ୍ଟମ ଶ୍ରେଣୀ ) ,ବିଶ୍ବଜିତ ସାହୁ ଏବଂ ସୁଭମ ସେନ ( ନବମ ଶ୍ରେଣୀ ), ସାମାଜିକ ବିଜ୍ଞାନରେ ଓମକାର ସାମଲ ( ତୃତୀୟ ଶ୍ରେଣୀ ) , ମୃନମୟୀ ମହାପାତ୍ର ଏବଂ ଚନ୍ଦନା ମହାପାତ୍ର  ( ଅଷ୍ଟମ ଶ୍ରେଣୀ ) , ସୁଭଶ୍ରୀ ବେହେରା ଏବଂ ସିନ୍ଧୁଜା ସୁବୁଦ୍ଧି ( ନବମ ଶ୍ରେଣୀ ) ପ୍ରଥମ ସ୍ଥାନ ଅଧିକାର କରିଥିଲେ  ।ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ , ଏନ୍ ସି ସି କେଡେଟ , ସ୍କାଉଟ ଟିମ ଏବଂ ଅନ୍ଯାନ୍ଯ କର୍ମଚାରୀ ଶୃଙ୍ଖଳିତ ଭାବେ କାର୍ଯ୍ୟକ୍ରମଟିକୁ ପରିସମାପ୍ତ କଲେ ।

Post a Comment

Previous Post Next Post