ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ଶିଶୁ ଦିବସ ପାଳିତ

(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର  ମୋ ନିୟୁଜ ଓଡିଶା : ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ଶିଶୁ ଦିବସ ପାଳିତ ହୋଇଯାଇଛି  । ଏହି ପବିତ୍ର ଦିବସ ଅବସରରେ  ମୂଖ୍ଯ ଅତିଥି ରୂପେ ବିଦ୍ୟାଳୟର  ସଭାପତି ପ୍ରଶାନ୍ତ ମହାପାତ୍ର ସମ୍ପାଦିକା  ଅନୀତା କୁମାରୀ ପାଢୀ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଧୁସ୍ମିତା ପରିଡା ଯୋଗ ଦେଇ ଦେଶର ପ୍ରଥମ  ପ୍ରଧାନ ମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ଯ ଅର୍ପଣ କରିଥିଲେ  । ଏହି ଅବସରେ ବିଦ୍ୟାଳୟର ଦ୍ୱତୀୟ ଶ୍ରେଣୀର ଛାତ୍ରୀ କ୍ରିତୀକା ପ୍ରଧାନ ହିନ୍ଦୀ କବିତା, ତୃତୀୟ ଶ୍ରେଣୀର ଛାତ୍ରୀ ଦିପ୍ତିମୟୀ ଦେବୀଶ୍ରୀ ପଣ୍ଡା ଇଂରାଜୀ ବକୃତା, ଆହାନା ସାହୁ ହିନ୍ଦୀ ବକୃତା ,ଷଷ୍ଠ ଶ୍ରେଣୀର ଛାତ୍ରୀ ସାଈ ସ୍ତୁତି ପ୍ରଧାନ ଓଡିଆ ବକୃତା , ସପ୍ତମ ଶ୍ରେଣୀର  ଅଂଶୁମାନ ସାହୁ ଇଂରାଜୀ ବକୃତା ଏବଂ ଆୟୁଷ୍ମାନ ନାୟକ ସଂଗୀତ ପରିବେଷଣ କରିଥିଲେ  । ଏହି ପବିତ୍ର ଦିବସରେ ଛାତ୍ରଛାତ୍ରୀ  ଏବଂ ଶିକ୍ଷକଶିକ୍ଷୟିତ୍ରୀ ମାନେ ସାସ୍କୃତିକ କାଯ୍ୟକ୍ରମ ପରିବେଷଣ କରିଥିଲେ। ପରିଶେଷରେ ବିଦ୍ୟାଳୟର ଶିକ୍ଷକ ଏବଂ ଛାତ୍ର  ମାନଙ୍କ ମଧ୍ୟରେ କ୍ରିକେଟ ଖେଳର ଆୟୋଜନ କରାଯାଇଥିଲା  ।

Post a Comment

Previous Post Next Post