୨ ସାନ୍ତାନଙ୍କୁ ନେଇ ବଞ୍ଚିବାକୁ ରିନାଙ୍କ ସଂଘର୍ଷ, ନା ପାଇଛି ରାସନକାର୍ଡ଼ ନା ମିଳିଛି ଆବାସ ଗୃହ

ନୂଆଗଡ଼;ମୋ ନିୟୁଜ ଓଡିଶା ୧୩/୧୧ (ମନୋଜ କୁମାର ପାଢୀ) ବିକାଶର କରୁଣ ଚିତ୍ର, ଦୁଇ ଓଳି ଖାଇବାକୁ ଚାଲିଛି ସଂଘର୍ଷ: ଅପହଞ୍ଚ ସରକାରୀ ଯୋଜନା, ଦୁର୍ଦ୍ଦିନରେ କଟୁଛି ଜୀବନ। ନା ମୁଣ୍ଡ ଗୁଞ୍ଜିବାକୁ ପାଇଁ ଘର ଅଛି ନାଁ ଖାଇବାକୁ ଦୁଇମୁଠା ଖାଦ୍ୟ। ସତେ ଯେପରି ମନେ ହେଉଛି ସରକାରଙ୍କ ମାଳ ମାଳ ଯୋଜନା ଏଠାରେ ବାଟବଣା ହୋଇ ପଡ଼ିଛି। ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ ଅନ୍ତର୍ଗତ ବଡ଼ପଦା ଗ୍ରାମର ରିନା ନାୟକ ଦୀର୍ଘଦିନ ହେଲା ସଂଘର୍ଷ କରି ୨ ସନ୍ତାନକୁ ନେଇ ଜୀବନ ବିତାଉଛନ୍ତି। ବାଟ ହୁଡ଼ିଛି ସରକାରୀ ଯୋଜନା। ଦୁଇ ଓଳା ଦୁଇ ମୁଠା ଅନ୍ନ ପାଇଁ ସଂଘର୍ଷ କରୁଛନ୍ତି ରିନା ନାୟକ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ଜନ କଲ୍ୟାଣ ଯୋଜନାରୁ ବଞ୍ଚିତ ଅଛନ୍ତି। ବହୁ କଷ୍ଟରେ ୨ ସନ୍ତାନଙ୍କୁ ନେଇ ଚଳୁଥିବା ଏହି ଦୁଃଖୀ ପରିବାର ଉପରେ ବୋଝ ଉପରେ ନଳିତା ବିଡ଼ା ସାଝିଛି ଭଙ୍ଗା ଝାଟିମାଟି ଘର। ଖରା ଓ ବର୍ଷା ଶୀତରେ ଝାଟିମାଟି ଭଙ୍ଗା ଦଦରା କୁଡ଼ିଆରେ ଘରେ କଟୁଛି ନୀରିହ ପରିବାରଙ୍କ ବହୁମୂଲ୍ୟ ଜୀବନ। କେବଳ ଭଗବାନଙ୍କ ଉପରେ ଭରଷା ରଖି ନିଜ ଭାଗ୍ୟକୁ ଆଦରି ଦୁଃଖରେ ୨ ସନ୍ତାନଙ୍କ ସହିତ ଦିନ କାଟୁଛନ୍ତି ଅସହାୟ ଗରୀବ ରୀନା ନାୟକ। ଏହି ଭଙ୍ଗା ଦଦରା ଘରେ ଦିନରେ ସୂର୍ଯ୍ୟ ଓ ରାତିରେ ତାରା ଓ ଚନ୍ଦ୍ର ଦେଖାଯାଆନ୍ତି। ମାଟି ଘରେ ଅସରାଏ ବର୍ଷା ହେଲେ ଘର ଭିତରେ ପାଣି ପଶି ଲହଡ଼ି ଖେଳେ। ରକ୍ଷା ପାଇବା ପାଇଁ ଚିରା ଫଟା ପଲିଥିନ ଘର ଉପରେ ପଡିଛି। ଭଙ୍ଗା ଦଦରା କାନ୍ଥ ଘରେ ବିଷଧର ସରୀସୃପ ପୋଷିବାର ଭୟ ରହିଛି। ଯାହା ବର୍ତ୍ତମାନ ସରକାରଙ୍କ ମାଳ ମାଳ ଯୋଜନାର ବାସ୍ତବତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଅଭାବୀ ପରିବାରଙ୍କୁ ପ୍ରଶାସନ ଯଥା ଶୀଘ୍ର ଆବାସ ଯୋଜନାରେ ପକ୍କା ଘର ଖଣ୍ଡେ ଏବଂ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଯୋଗାଇଦେବା ସହ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ  ତୁରନ୍ତ ଅନ୍ତର୍ଭୁକ୍ତ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Post a Comment

Previous Post Next Post