ରାସ୍ତା ପାଲଟିଛି ଲୋକଙ୍କ ପାଇଁ ମରଣ ଯନ୍ତା, ଗ୍ରାମ୍ୟ ଉନ୍ନୟନ ବିଭାଗର ଦୃଷ୍ଟି ପଡୁନାହିଁ।

ଆର,ଉଦୟଗିରି;  ମୋ ନିୟୁଜ ଓଡିଶା ୨୧/୧୧ (ମନୋଜ କୁମାର ପାଢୀ)-:  ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ ଅନ୍ତର୍ଗତ ସୌରୀ ଠାରୁ ଲୁହାସିଂ ପର୍ଯ୍ୟନ୍ତ ୪ କି.ମି ରାସ୍ତା ଲୋକଙ୍କ ପାଇଁ ପାଲଟିଛି ମରଣ ଯନ୍ତା। ଲୋକେ ଦୀର୍ଘଦିନ ହେବ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରହିଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଅଡୁଆଳରେ ରହିଥିବା ପରିଲକ୍ଷିତ ହୋଇଛି। ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇ ରହିଛି, ରାସ୍ତାରୁ ପିଚୁ ଉଠିଯାଇ ମେଟାଲ୍ ଗୁଡ଼ିକ ବାହାରି ପିଡ଼ିଛି। ଖାଲ ଖମା ରେ ଭରି ରହିଥିବା ରାସ୍ତା ବିପଦ ସଂକୁଳ ଅବସ୍ଥାରେ ପଡ଼ିଛି। ସୌରୀ, ଲୁହାସିଂ, ପେଲାରୀ, କୁମଜାଙ୍ଗ, ଟାକୁବୁଲ୍, ତୁଣ୍ଡରୀ, ପଞ୍ଚାୟତବାସୀଙ୍କ ପାଇଁ ଏହା ମୁଖ୍ୟ ସମସ୍ୟା ପାଲଟିଛି। ଏହି ରାସ୍ତା ଦେଇ ନିତିଦିନ ଶତାଧିକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକେ ଯାତାୟାତ କରୁଥିବା ବେଳେ, ଏହି ରାସ୍ତାରେ ମୁଖ୍ୟତଃ ଦୁର୍ଘଟଣାରେ ପଡ଼ି ମୃତ୍ୟୁ ମୁଖରୁ ପଡୁଥିବା ସ୍ଥାନୀୟ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକେ ଅଭିଯୋଗ କରିଛନ୍ତି। ପଥଚାରୀ ମାନଙ୍କ ସୁରକ୍ଷା ଦୃଷ୍ଟିରୁ  ବେଳ ଥାଉ ଥାଉ ଏହାର ପ୍ରତିକାର କରାନଗଲେ ଦୁର୍ଘଟଣା ଘଟିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ। ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରି ତୁରନ୍ତ ଅବିଳମ୍ବେ ରାସ୍ତା କାର୍ଯ୍ୟ କରିବା ପାଇଁ ଅଞ୍ଚଳର ଲୋକେ ଚେତାବନୀ ଦେଇଛନ୍ତି।

Post a Comment

Previous Post Next Post