ବୁଗୁଡ଼ା ଥାନାରେ ନୂତନ ଆଇଆଇସିଙ୍କ ଯୋଗଦାନ

 


(ମୋ ନ୍ୟୁଜ ଓଡ଼ିଶା)

ବୁଗୁଡ଼ା ,୨୧/୧୧/୨୪(ସୋରେନ କୁମାର ପ୍ରଧାନ): ବୁଗୁଡ଼ା ଥାନାରେ ନୂତନ ଆଇଆଇସି ଭାବେ ସୀତାଂଶୁ ଶେଖର ମାନ୍ଧାତା ଆଜି ଯୋଗ ଦେଇଛନ୍ତି l ପୂର୍ବରୁ ୨୦୧୯ ମସିହାରେ ଶ୍ରୀ ମାନ୍ଧାତା ବୁଗୁଡ଼ା ଥାନା ଅଧିକାରୀ ଭାବେ ୯ ମାସ ପାଇଁ ଦାୟିତ୍ୱ ତୁଲାଇ ଥିବା ବେଳେ ଦ୍ଵିତୀୟ ଥର ପୁଣି ଆଇଆଇସି ଭାବେ ଅବସ୍ଥାପିତ ହୋଇଛନ୍ତି l ଏଠାରେ ଥିବା ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତିଙ୍କୁ କବିସୂର୍ଯ୍ୟନଗର ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ଶ୍ରୀ ମାନ୍ଧାତା ଯୋଗଦେଇ ଛନ୍ତି l ବୁଗୁଡ଼ା ଅଞ୍ଚଳରେ ଶାନ୍ତିଶୃଙ୍ଖଳା ରକ୍ଷା ସହ ଟ୍ରାଫିକ ବ୍ୟବସ୍ଥା ସୁଧାରିବା ଦିଗରେ ସେ ପ୍ରାଥମିକତା ଦେବେ ବୋଲି କହିଛନ୍ତି l

Post a Comment

Previous Post Next Post