ଅନ୍ତର୍ଜାତୀୟ ଆର୍ଟିଷ୍ଟ ଫେଷ୍ଟରେ ଦୁର୍ଦ୍ଦଶାର ଉତ୍ତମ ପ୍ରଦର୍ଶନ

(ଦକ୍ଷିଣ ଓଡିଶା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର ମୋ ନିୟୁଜ ଓଡିଶା : ସୁରଳ ସ୍ଥିତ ଅଗ୍ରଣୀ ସାଂସ୍କୃତିକ ସଂସ୍ଥା "ସୁହାନୀ କ୍ରିଏସନ୍" ପ୍ରଯୋଜିତ ଓଡ଼ିଆ ନାଟକ "ଦୁର୍ଦ୍ଦଶା" ଆନ୍ଧ୍ରପ୍ରଦେଶର ତାଡେପଲ୍ଲୀ ଗୁଡେମ ସ୍ଥିତ ବୁଦ୍ଧାଲା ଭେଙ୍କେନା କଳା ପ୍ରେକ୍ଷାଳାୟମ ଠାରେ ଶ୍ରୀଶ୍ରୀ କଳାବେଦିକା ଅନୁଷ୍ଠାନ ଆୟୋଜିତ ଚଳିତ ଅକଟୋବର 19 ଓ 20 ତାରିଖ ଅନ୍ୟୁନ ତିରିଶି ଘଣ୍ଟା ଅବଧିର ଅନ୍ତର୍ଜାତୀୟ କଲଚୁରାଲ ଫେଷ୍ଟରେ ଅଂଶ ଗ୍ରହଣ କରି ଶ୍ରେଷ୍ଠ ପ୍ରଦର୍ଶନ ନିମନ୍ତେ ପୁରସ୍କୃତ ହେବା ଗୌରବ ଲାଭ କରିପାରିଛି। ସମଗ୍ର ତିରିଶି ଘଂଟାର ନିରବଛିନ୍ନ କାର୍ଯ୍ୟକ୍ରମ ଗିନିଶ ବୁକ ଅଫ ୱାର୍ଲଡ ରେକର୍ଡରେ ସ୍ଥାନିତ ହୋଇଥିବା ବେଳେ ଓଡ଼ିଆ ନାଟକ 'ଦୁର୍ଦ୍ଦଶା' ଉତ୍ତମ ପ୍ରଦର୍ଶନ ଭିତ୍ତିରେ ସ୍ଥାନିତ ହେବା ଗୌରବ ଅର୍ଜନ କରିଥିବା କଳାବେଦୀକା ସମ୍ପାଦକ ତଥା ସୁନାମଧନ୍ୟ ତେଲୁଗୁ ଚଳଚିତ୍ର ଅଭିନେତା ଡଃ. କୁମାର ନାୟକ ସୂଚନା ଦେଇଛନ୍ତି। ସୀମାନ୍ତ ନାଟରାଜ ଡାକ୍ତର ତିରୁପତି ସାହୁଙ୍କ ଦ୍ୱାରା ରଚିତ ଓ ନିର୍ଦ୍ଦେଶିତ ଏହି ନାଟକଟିରେ ସର୍ବଶ୍ରୀ ଡା. ତିରୁପତି ସାହୁ, ସୁବାସ ଚନ୍ଦ୍ର ସାହୁ ରୋଶନ, ଯୁଦ୍ଧିଷ୍ଠିର ଭଞ୍ଜ ସାମନ୍ତ, ଡଃ. କୁମାର ନାୟକ, କୁରା ଗୌଡ଼, ଦୀପକ କୁମାର ପ୍ରଧାନ, ଚାନ୍ଦମାମା ବେହେରା ପ୍ରମୁଖ ଜୀବନ୍ତ ଅଭିନୟ କରି ଉତ୍ତମ ବହୁମତ ସଂଗ୍ରହ କରିବା ସହ ଦର୍ଶକଙ୍କ ହୃଦୟ ପୁଲକିତ କରିପାରିଛନ୍ତି। ନାଟକଟିରେ ସ୍ଵରବିବୁଧ ରମେଶ ଚନ୍ଦ୍ର ସ୍ୱାଇଁ ଓ ସ୍ୱର-ସୌରଭ ସଞ୍ଜୟ କୁମାର ବିଷୋୟୀ ସୁମଧୁର ସ୍ୱର ଝଙ୍କାରରେ ନାଟକଟିକୁ ଗତିଶୀଳ କରେଇ ପାରିଥିଲେ । ନାଟକ ଶେଷରେ ତାଡେପଲ୍ଲୀ ବିଧାୟକ ବି. ଶ୍ରୀନିବାସ ରାଓ ଏବଂ କଳାବେଦୀକା ଅଧ୍ୟକ୍ଷ କାଟିମାଣ୍ଡା ପ୍ରତାପ ନାଟକର ସମସ୍ତ ଅଂଶ ଗ୍ରହଣକାରୀଙ୍କୁ ଉପାୟନ ଓ ମାନପତ୍ର ପ୍ରଦାନ ସହ ଆନୁଷ୍ଠାନିକ ସମ୍ବର୍ଦ୍ଧିତ କରିଥିଲେ।

Post a Comment

Previous Post Next Post