ଦୁର୍ଗମ ଗଡର ଗ୍ରାମର ଆଦିବାସୀ ପୁଅ ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ ।

ଆର,ଉଦୟଗିରି-ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ/୨୦/୧୦/୨୪  ଗଜପତି ଜିଲ୍ଲା ଏକ ଦୁର୍ଗମ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବା ବେଳେ ଏଠାରେ ଅନେକ ଅଞ୍ଚଲରେ ଶିକ୍ଷା କ୍ଷେତ୍ରରେ ହଉ ଅବା ସ୍ଵାସ୍ଥ୍ୟ କ୍ଷେତ୍ର ପ୍ରତ୍ୟେକ କ୍ଷେତ୍ର ରେ ପଛୁଆ ହୋଇଥିବା ବେଳେ ଆଜି ଏହି ଦୁର୍ଗମ ଅଞ୍ଚଳର ଜଣେ ଯୁବକ ପ୍ରଶାସନିକ ସେବା ପରୀକ୍ଷାରେ ସଫଳ ହୋଇଛନ୍ତି । ଆମେ କହୁଚୁ ଦୁର୍ଗମ  ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ୍ ଛେଲାଗଡ଼ ପଞ୍ଚାୟତ ଗଡର ଗ୍ରାମର ଦୁଖା ପୂଜାରୀ ଙ୍କ ପୁତ୍ର କଳିଙ୍ଗ କୁମାର ପୂଜାରୀ କଥା । କଳିଙ୍ଗ ଜଣେ ଆଦିବାସୀ ବହୁଳ ଗ୍ରାମ ଗଡର ର ଜଣେ ଆଦିବାସୀ ଯୁବକ । ବାପା ଜଣେ ଅବସର ପ୍ରାପ୍ତ ସେକ୍ସନ ଅଫିସର ଥିବା ବେଳେ ମାଁ ଜଣେ ଶିକ୍ଷୟତ୍ରୀ । କଳିଙ୍ଗ ରାୟଗଡ଼ା ଜିଲ୍ଲାରେ ଅଡିଟର ଥିବା ସହ ଓଏଏସ ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିଲେ । ଅନେକ ଥର ବିଫଳ ହୋଇ ଏହି 2022 ପରୀକ୍ଷାରେ  ଆଜି ସଫଳ ହୋଇ 548 ରାଙ୍କ ରଖିଛନ୍ତି । ଏହି ଖବର ପାଇବା ପରେ ନିଜ ପରିବାର ସହ ନିଜ ଅଞ୍ଚଳ ବାସୀ ଅନେକ ଖୁସି ଅନୁଭବ କରିବାସହ ତାଙ୍କୁ ନିଜ ଗ୍ରାମରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରିବାସହ ସଙ୍କୀର୍ତ୍ତନ କରି ଗ୍ରାମ ପରିକ୍ରମା କରାଇଥିଲେ । ନିଜ ପଞ୍ଚାୟତ ରେ ସେ ପ୍ରଥମ ଯୁବକ ଯେକି ଏହି ପରୀକ୍ଷାରେ କୃତିତ୍ବ ଲାଭକରିଛନ୍ତି । ଏହା ନିଜ ଗ୍ରାମ ତଥା ନିଜ ଅଞ୍ଚଳ ଲାଗି ଗୌରବ ବୋଲି କହି ଛନ୍ତି ଅଞ୍ଚଳବାସୀ ।

Post a Comment

Previous Post Next Post