(ଦକ୍ଷିଣ ଓଡିଶା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍
ବ୍ରହ୍ମପୁର ମୋ ନିୟୁଜ ଓଡିଶା : ଗଜପତି ଜିଲ୍ଲା ମୋହନା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଜଗନ୍ନାଥ ପ୍ରେମୀ ଛାତ୍ର ପି ଶୁଭମ୍ ରାଓଙ୍କ ନିଆରା କଳାକୃତି l ଅଦରକାରୀ ନ୍ୟୁଜ ପେପର ଏବଂ ଫେବିକଲ ସାହାଯ୍ଯ ରେ ନିର୍ମାଣ କରୁଛନ୍ତି ଅତି ସୁନ୍ଦର ସୁନ୍ଦର୍ ମୂର୍ତ୍ତୀ l ପାଞ୍ଚସହ ଟଙ୍କା ଖର୍ଚ୍ଚ କରି ପାଞ୍ଚ ହଜାର ରେ ବିକ୍ରି କରୁଥିବା ମୂର୍ତ୍ତୀ ଗଢିଛନ୍ତି l ଶୁଭମ୍ ଆସନ୍ତା ଦିନରେ ନିଜ ଜିଲ୍ଲା ର ପିଲା ଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାର ଙ୍କୁ ସାହାଯ୍ଯ ମାଗିଛନ୍ତି ବାପା ଶ୍ରୀନିବାସ ରାଓ,ମା ବିଜୟ ଲକ୍ଷ୍ମୀ ପୁଅ ର କାର୍ଯ୍ୟ ରେ ବେଶ୍ ଖୁସି ଅଛନ୍ତି l ଶୁଭମ୍ ପାରଳାଖେମୁଣ୍ଡି ସେଚୁରିଅନ ୟୁନିଭର୍ସିଟି ରେ ପାଠ ପଢିବା ସହିତ ସମୟ ବାହାର୍ କରି ସୁନ୍ଦର ମୂର୍ତ୍ତୀ କାମ ମଧ୍ଯ କରୁଛନ୍ତି l ଦିନେ ଶୁଭମ୍ ପୁରୀ ବୁଲିବା ପାଇଁ ଯାଇ ଜଗନ୍ନାଥ ଙ୍କ ମୂର୍ତ୍ତୀ ଦେଖିଥିଲେ କିନ୍ତୁ ଅଧିକ ଦାମ୍ ର ମୂର୍ତ୍ତୀ ହୋଇଥିବାରୁ ମୂର୍ତ୍ତୀ କିଣି ପାରିଲେ ନାହିଁ ସେଠାରେ ସେ ମନସ୍ତ କଲେ ନିଜେ ମୂର୍ତ୍ତୀ ତିଆରି କରିବେ ସେବେଠାରୁ କିଛି କାଗଜ ଟୁକୁଡ଼ା ସଂଗ୍ରହ କରି ଫେବିକଲ ସାହାଯ୍ଯ ରେ ନିର୍ମାଣ କରୁଛନ୍ତି ଅତି ସୁନ୍ଦର ସୁନ୍ଦର୍ ମୂର୍ତ୍ତୀ l ଶୁଭମ୍ ବର୍ତମାନ ଗଜପତି ଜିଲ୍ଲା ବେଶ୍ ଚର୍ଚା ରେ ଅଛନ୍ତି l


