କୋଦଳା ଘରୋଇ ବସ ମାଲିକ ସଂଘ ର ନୂତନ ଟିକଟ ଗୃହ ଉଦଘାଟନ କଲେ ପଶୁ ଓ ମଛ୍ୟା ସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ

  ଗଞ୍ଜାମ ଜିଲ୍ଲା  ମୋ ନିୟୁଜ ଓଡିଶା କୋଦଳା ଠାରେ ବହୁ ବର୍ଷ ସଂଘର୍ଷ ପରେ ଘରୋଇ ବସ ମାଲିକ ସଂଘ ପକ୍ଷରୁ ଏକ ନୂତନ କାର୍ଯ୍ୟାଳୟ ଉଦଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମୂଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ପଶୁ ଓ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ,କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଓ କୋଦଳା ଅଧକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଯୋଗଦେଇଥିଲେ। ମାନନୀୟ ମନ୍ତ୍ରୀ ଙ୍କ କରକମାଳରେ  ନୂତନ ଟିକଟ ଗୃହ ଉଦଘାଟନ ହୋଇଯାଇଛି। ଆଗାମୀ ଦିନରେ କୋଦଳା ବସ ଷ୍ଟାଣ୍ଡ ରେ ରାତ୍ରି ରହିବା ପାଇଁ ଗୃହ  ପ୍ରତିକ୍ଷାଳୟ  ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।   ଏହି ଅବସରରେ ବରିଷ୍ଠ ନେତା ସୀତାରାମ ପାଣିଗ୍ରାହୀ ଘରୋଇ ବସ୍ ମାଲିକ ସଂଘ ର ସଭାପତି ଚିତ୍ର ସେନ ପରିଡା ଉପାଧ୍ୟକ୍ଷା ରଞ୍ଜିତା ସେଠି  ଯୋଗଦେଇ ଥିଲେ । 

ଆମ ସରକାର ସାଧାରଣ ଲୋକଙ୍କ ସୁବିଧା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରୁଛନ୍ତି। ମୋର ବିଶ୍ୱାସ ଏହି ବସଷ୍ଟାଣ୍ଡର ନୂତନ ଗୃହ ଯାତ୍ରୀଙ୍କ ସୁବିଧାସୁଯୋଗ ପାଇଁ ସହାୟକ ହେବବୋଲି ମନ୍ତ୍ରୀ କହିଥିଲେ।


Post a Comment

Previous Post Next Post