ଆସିକା ବ୍ଲକ ଅନ୍ତର୍ଗତ ପ୍ରଗତି ବିଦ୍ୟାପୀଠର ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ଦେବରାଜ ନାୟକଙ୍କ ପରଲୋକ

 


(ଦକ୍ଷିଣ ଓଡିଶା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ଆସିକା ମୋ ନିୟୁଜ ଓଡିଶା : ଆସିକା ବ୍ଲକ ଅନ୍ତର୍ଗତ ପ୍ରଗତି ବିଦ୍ୟାପୀଠ (କେନ୍ଦୂପଦର) ର ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ଶ୍ରୀ ଦେବରାଜ ନାୟକଙ୍କ ବୁଧବାର ଦିବା 2 ଘଣ୍ଟା ସମୟରେ ପରଲୋକ ଗମନ କଲେ। ସେ ମାଳକଗିରି ଜିଲ୍ଲାର ଖଇରପୁଟ ଉଚ୍ଚ ବିଦ୍ୟାଳରେ ଦୀର୍ଘ ଦିନ କାର୍ଯ୍ୟ କରି ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଅଧିନସ୍ଥ ଖଣ୍ଡଦେଉଳି ଉଛ ବିଦ୍ୟାଳୟ ରେ କିଛି ବର୍ଷ କାର୍ଯ୍ୟ କରିବା ପରେ ପ୍ରଗତୀ ବିଦ୍ୟାପୀଠ, କେନ୍ଦୂପଦର ରେ ରହି ସ୍କୁଲ ର ସୌନ୍ଦର୍ଯ୍ୟ କାରଣ ସହ ପିଲାମାନଙ୍କୁ ହକୀ ଓ ଧନୁ ତୀର ଶିକ୍ଷା ପ୍ରଦାନ କରି ଗଞ୍ଜାମ ଜିଲ୍ଲାରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲେ।ସେ ଜଣେ ମିଷ୍ଟଭାଷୀ, ଛାତ୍ର ବଛଳ, ନିରାଡମ୍ବର, ଓ ଦକ୍ଷ କ୍ରୀଡା ପରିଚାଳକ ଥିଲେ। ତାଙ୍କ  ପରାଳକ ଗମନ ସମୟରେ, ସ୍ତ୍ରୀ, ଓ ଦୁଇ ପୁତ୍ର, ଭାଇ ଶିବ ନାୟକ୍, ସିମା ନାୟକ, ଓ ଭାଇ ଭଉଣୀ ଓ ଆତ୍ମୀୟ ସୋଦର ଉପସ୍ଥିତ ଥିଲେ। ଶେଷରେ ନିଜ ଗ୍ରାମ ନୀମିନା ଠାରେ ପରିବାର ର ସମସ୍ତ ସଦସ୍ୟ ଓ ଗ୍ରାମବାସୀ, ବନ୍ଧୁ ସହୋଦର ଙ୍କ ଗହଣ ରେ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା। ଅମର ଆତ୍ମାର ସଦଗତି ନିମନ୍ତେ ଗଞ୍ଜାମ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ଭାଗିରଥି ସ୍ୱାଇଁ, ସଭାପତି ଶ୍ରୀ ଦନର୍ଦନ ସାହୁ, ଶ୍ରୀ ପ୍ରକାଶ ଚନ୍ଦ୍ର ପଣ୍ଡା, ସାନନ୍ଦ ନାୟକ, ବାସୁଦେବ ଗୌଡ଼, ଅଶୋକ କୁମାର ପାତ୍ର, ଚିତ ରଞ୍ଜନ ସ୍ବାଇଁ, ଧୀରେନ୍ଦ୍ର କୁମାର ସ୍ବାଇଁ, ବାସୁଦେବ ଡାକୁଆ, ଦେବରାଜ ପ୍ରଧାନ ସମେତ ବହୁ କ୍ରୀଡା ଶିକ୍ଷକ/ଶିକ୍ଷୟତ୍ରୀ, ଓ ବୁଦ୍ଧିଜୀବୀ ଓ ଅଞ୍ଚଳ ବାସି ଙ୍କ ମହଲ ରେ ଶୋକ ର ଛାୟା ଖେଳିଯାଇଛି,ଶୋକ ସନ୍ତପ୍ତ ପରିବାର ସମବେଦନା ଜଣାଇବା ସହିତ ଅମର ଆତ୍ମା ର ସଦ୍ଗତି କାମନା କରିଥଲେ l

Post a Comment

Previous Post Next Post